କଟକ: ଜେଲ ଗଲା ନକଲି ଔଷଧ କାରବାର ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନା । ତେବେ ଗୁରୁବାର ସକାଳେ ଶିବ ଜେନାକୁ ଗିରଫ କରିଥିଲା STF । ଗିରଫ ପରେ ଶିବ ଜେନାକୁ କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଥିଲା । ତେବେ ଗୁରୁବାର ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କରାଯାଇଥିବା ବେଳେ କେସ ଡାଇରୀ ଦାଖଲ କରିନଥିବାରୁ ଆସନ୍ତା 28ରେ ହେବ ଜାମିନ ମାମଲା ଉପରେ ଶୁଣାଣି ।
ନକଲି ଔଷଧ କାରବାର: ଜେଲ ଗଲା ମୁଖ୍ୟ ଅଭିଯୁକ୍ତ ଶିବ ଜେନା - ନକଲି ଔଷଧ
15:49 June 24
ନକଲି ଔଷଧ କାରବାର: ଜେଲ ଗଲା ମୁଖ୍ୟ ଅଭିଯୁକ୍ତ ଶିବ ଜେନା
12:12 June 24
ଜେଲ ଗଲା ନକଲି ଔଷଧ କାରବାର ମୁଖ୍ୟ ଅଭିଯୁକ୍ତ
ମାମଲାର ଶୁଣାଣି ପର୍ଯ୍ୟନ୍ତ ଚୌଦ୍ବାର ଜେଲରେ ରହିବ ମୁଖ୍ୟ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ କୌଣସି ଆବେଦନ କରାଯାଇନାହିଁ । ପୂର୍ବରୁ କଟକ କନିକା ଛକରେ ନକଲି ଔଷଧ କାରବାର କରୁଥିବା "ମେଡିଲିଓଏଡ଼ ମେଡିକାମେଣ୍ଟ"ର ମୁଖ୍ୟ ଶିବ ଜେନାଙ୍କ ବିରୋଧରେ ଏତଲା ଦାଏର କରିଥିଲା ଏସଟିଏଫ । ବୁଧବାର ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ। ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରି ସାରିଛି ଏସଟିଏଫ।
ମ୍ୟାକ୍ସ ରିଲିଫ ହେଲ୍ଥ କେୟାର ନାମକ ଏକ ମେଡିସନ କମ୍ପାନୀ ଫେବିମ୍ୟାକ୍ସ ନାମକ ମେଡିସିନ ତିଆରି କରି ବିକ୍ରି କରୁଥିଲା। ଏହାପରେ ଓଡିଶାର ମେଡିଲଏଡ଼ ମେଡିକମେଣ୍ଟ ନାମକ ଏକ କମ୍ପାନୀ ଏହି ମ୍ୟାକ୍ସ କମ୍ପାନୀ ସହିତ କରିଥିଲା ଚୁକ୍ତି ।
ଫେବିମ୍ୟାକ୍ସକୁ ଓଡିଶାରେ ବିକ୍ରି କରିବା ପାଇଁ ଉକ୍ତ କମ୍ପାନୀ ସହଯୋଗରେ ଆରମ୍ଭ ହୋଇଥିଲା ବ୍ୟବସାୟ । ୧୦ଟି ଟାବଲେଟ ଥିବା ଫାଇଲ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶା ବଜାରରେ ବିକ୍ରି ପାଇଁ ହୋଇଥିଲା ପ୍ଲାନ। ଯାହାକୁ ନେଇ ମେଡିଲଏଡ଼ ମେଡିକମେଣ୍ଟ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ସମେତ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ।ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଛି ।
ଏହି କମ୍ପାନୀ ବ୍ୟାଙ୍କ ଆକାଉଣ୍ଟରୁ 50 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ ହୋଇଛି । ଏଥିସହ ହିମାଚଳ ପ୍ରଦେଶର ସୋଲାନରେ ଚାଲୁଥିବା ଦୋ ନମ୍ବରି ମାକ୍ସ ରିଲିଫ ହେଲଥ କମ୍ପାନୀ ନକଲି ଦୁଇ ନମ୍ବରି କମ୍ପାନୀ ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ମାସେ ତଳେ ମୁମ୍ବାଇ ପୋଲିସ ଗିରଫ କରିଥିଲା।
ସେମାନଙ୍କୁ ଓଡିଶାରୁ ଯାଇଥିବା ଏସଟିଏଫ ଟିମ ପଚରା ଉଚରା କରୁଛି। ଏହା ପଛରେ ଆଉ କଣ ଲିଙ୍କ ରହିଛି । କିପରି ଫଭିମାକ୍ସ ୨୦୦ ଓ ଫାଭିମାକ୍ସ ୪୦୦ ନାଁରେ ଦୁଇଟି ନକଲି କୋରୋନା ଔଷଧ ବିକିବାକୁ ଯୋଜନା ଚାଲିଥିଲା। ଏହାର ଲିଙ୍କ ଓଡିଶା ସମେତ ମହାରାଷ୍ଟ୍ର ଏବଂ ପଶ୍ଚିବଙ୍ଗରେ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଏସଟିଏଫର ଟିମ ଛାନଭିନ ଜାରି ରଖିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ