ଓଡିଶା

odisha

By

Published : May 21, 2023, 4:27 PM IST

ETV Bharat / state

SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଏସସିବି ବଡ ମେଡିକାଲର ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା
SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା

SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା

କଟକ:ଏସସିବି ବଡ ମେଡିକାଲର ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ଘଟଣା । ନିଆଳିରୁ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ । ମଙ୍ଗଳାବାଗ ପୋଲିସ ଅଭିଯୁକ୍ତ ସୁଧୀର ସାହୁକୁ ଗିରଫ କରି ଏସସିବିରେ ମେଡିକାଲ ଯାଞ୍ଚ କରାଇବା ସହିତ କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ-Anti-Terrorism Day 2023: ଦେଶ ପାଳୁଛି ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ, ଜାଣନ୍ତୁ ଏହା ପଛର ଇତିହାସ

ସୂଚନା ମୁତାବକ, ସୁଧୀର ପୀଡିତା ସୁଇପରକୁ କାମ କରାଇବାକୁ ଡାକି ତା ସହିତ ଗତ 7 ତାରିଖରେ କାଡିଓଲୋଜି ଏସଆର ହଷ୍ଟେଲର 15ନଂ ରୁମ୍‌ରେ ଦୁଷ୍କର୍ମ କରିଥିଲା । ଏଥିସହ ଏହି କଥା କାହାକୁ କହିଲେ ଚାକିରିରୁ ବାହାର କରିଦେବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୀଡିତା ପ୍ରଥମେ ଚୁପ ରହିଥିଲେ ହେଲେ ପରବର୍ତ୍ତୀ ସମୟରେ 14 ତାରିଖରେ ମଙ୍ଗଳାବାଗ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ପୀଡିତାଙ୍କ 161 ଓ 164 ଧାରାରେ ବୟାନ ରେକର୍ଡ କରାଇବା ସହିତ ସୁଧୀରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ଆଗକୁ ଯେପରି ଲଜ୍ୟାଜନକ ଘଟଣା ଏସସିବିରେ ନଘଟିବ ସେନେଇ ପଦକ୍ଷେପ ନେବାକୁ ଏସସିବି କତୃପକ୍ଷଙ୍କୁ ସୂଚିତ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ- ବିରୋଧି ଏକତା ଉଦ୍ୟମ: କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ, ପରେ ଖଡଗେଙ୍କୁ ଭେଟିବେ

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ପୁଣି ଜଣେ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଡିଲାନ୍ସ

ପ୍ରକାଶ ଥାଉକି, ଜଣେ ମହିଳା କର୍ମଚାରୀଙ୍କ ଜରିଆରେ ସୁପରଭାଇଜର ତାକୁ ଏସ.ଆର ହଷ୍ଟେଲକୁ ରୁମ୍‌ ସଫା କରିବାକୁ ପଠାଇଥିଲା । କାମ ସାରିବା ବେଳକୁ ନିଜେ ସେଠାରେ ପହଞ୍ଚି କବାଟ ଭିତରୁ ବନ୍ଦ କରି ଦୁଷ୍କର୍ମ କରିଥିଲା । ଏହାପରେ ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଏହା ପରେ ବି ପିଡୀତା ଥାନାରେ ଅଭିଯୋଗ କରିଥିଲେ । ଘଟଣାଟି ଗତ 7ତାରିଖରେ ଘଟିଥିବା ବେଳେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ତେବେ ମୁଖ୍ୟ ଅଭଯୁକ୍ତ ସୁଧିର ଗିରଫ ହେବା ପରେ ଏସ୍‌ସିବିରେ ଯେପରି ଆଗାମୀ ଦିନରେ ଘଟଣା ନ ଘଟିବ ସେନେଇ ଅଧିକ ଫୋକସ କରାଯିବ ବୋଲି ମଙ୍ଗଳାବାଗ ଧାନା ଅଧିକାରୀ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details