କଟକ: କଟକ ମୁଣ୍ଡଳୀ ବ୍ୟାରେଜରେ ଫଶି ରହିଥିବା ହାତୀର ମୃତ୍ୟୁକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କିପରି ଏବଂ କେଉଁ ପରିସ୍ଥିତିରେ ଦନ୍ତା ହାତୀର ମୃତ୍ୟୁ ଘଟିଲା ? ହାତୀ ପାଣି ଭିତରେ ଅଧିକ ସମୟ ରହିଲେ କ’ଣ ଜୀବନ ଚାଲିଯାଏ ? ପାଣି ଭିତରେ କେତେ ସମୟ ରହିପାରେ ହାତୀ ? କାହିଁକି ଫସି ରହିଥିବା ଦନ୍ତା ହାତୀଟି କୂଳକୁ ଆସିପାରିଲା ନାହିଁ ? ବନ ବିଭାଗର ଦାୟିତ୍ୱହୀନତା ପାଇଁ ଏଭଳି ଅଘଟଣ ଘଟିଲା କି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ତନାଘନା ।
ମହାନଦୀରେ ହାତୀ ମୃତ୍ୟୁକୁ ନେଇ ବନବିଭାଗ ଉପରେ ଉଠିଲା ପ୍ରଶ୍ନ - elephant dead rise question on forest department
କଟକ ମୁଣ୍ଡଳୀ ବ୍ୟାରେଜରେ ଫଶି ରହିଥିବା ହାତୀର ମୃତ୍ୟୁକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କିପରି ଏବଂ କେଉଁ ପରିସ୍ଥିତିରେ ଦନ୍ତା ହାତୀର ମୃତୁ ଘଟିଲା ? ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ନେଇ ବନବିଭାଗର କାର୍ଯ୍ୟକାରିତା ଉପରେ ଉଠିଛି ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ...
ଦୀର୍ଘ ସମୟ ଧରି ନଦୀ ଭିତରେ ହାତୀମାନେ ରହିବାର କ୍ଷମତା ରହିଛି। ନଦୀପାର ହେବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ନୁହେଁ । ପୂର୍ବରୁ ସେହି ବ୍ୟାରେଜ ଦେଇ ବିଭିନ୍ନ ସମୟରେ ହାତୀ ଯାତାୟତ କରିବାର ନଜିର ରହିଛି । କିନ୍ତୁ ସେଦିନ କାହିଁକି ଏପରି ଅଘଟଣ ଘଟିଲା? ନଦୀ ଭିତରେ କିପରି ଫସି ଗଲେ ୩ଟି ହାତୀ? ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ନେଇ ଏବେ ବନ ବିଭାଗର ଦାୟିତ୍ୱ ଉପରେ ଉଠିଛି ପ୍ରଶ୍ନବାଚୀ । ଜଙ୍ଗଲି ହାତୀ ପଲକୁ ନଦୀ ପାର ହେବା ପାଇଁ ବାଧ୍ୟ କରାଯାଇଥିଲା । ନିଆଁହୁଳା ଦେଖାଇ ଖୋଦ ବନବିଭାଗର କର୍ମଚାରୀମାନେ ହାତୀମାନଙ୍କୁ ଭରା ନଦୀ ମଧ୍ୟକୁ ପଶିବା ପାଇଁ ବାଧ୍ୟ କରାଯାଇଥିଲା। ଯେଉଁ କାରଣରୁ ହାତୀଟି ଭୟଭୀତ ହୋଇ ନଦୀକୁ ସୁରକ୍ଷିତ ସ୍ଥାନ ଭାବି ସେଠାରେ ରହିଥିଲା। ଏହି ସମୟରେ ହାତୀକୁ ନିଆଁ ହୁଳା ଦେଖାଇ କୂଳକୁ ଆଣିବା ନିଷ୍ପତ୍ତି କେତେଦୂର ଠିକ ଥିଲା ? ତେବେ ବନ ବିଭାଗର ଦାୟିତ୍ୱହୀନତା କାରଣରୁ ହାତୀଟିର ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଅନ୍ୟପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଜାତୀୟ ବନ୍ୟଜନ୍ତୁ ବୋର୍ଡକୁ ଚିଠି ଲେଖିଛନ୍ତି ରାଜ୍ୟ ପଶୁ କଲ୍ୟାଣ ବୋର୍ଡ ସଦସ୍ୟ । ପଶୁ କଲ୍ୟାଣ ବୋର୍ଡ ସଦସ୍ୟ ବିଶ୍ବଜିତ ପ୍ରଧାନଙ୍କ କହିବା ମୁତାବକ ହାତୀମାନେ ନିଜ ନିୟମିତ ଚଲାପଥ ଦେଇ ଆଗକୁ ବଢୁଥିଲେ । କିନ୍ତୁ, ନଦୀରେ ଭରା ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖି ହାତୀପଲ ଏକ ସୁରକ୍ଷିତ ବା କମ ପାଣିଥିବା ସ୍ଥାନ ଦେଇ ନଦୀ ପାର ହେବା ପାଇଁ ଉଦ୍ୟମ କରୁଥିଲେ । ହାତୀମାନେ ନଦୀ ପହଁରିବାରେ ଅଭ୍ୟସ୍ଥ ଥିଲେ ମଧ୍ୟ ସାଙ୍ଗରେ ଛୁଆ ହାତୀ ଥିବାରୁ ଗଭୀର ପାଣିରେ ସେମାନଙ୍କ ଯିବା ବିପଦ ସଙ୍କୁଳ ଥିଲା । ସେଥିପାଇଁ ହାତୀ ପଲ୍ଲର ନେତୃତ୍ବ ନେଉଥିବା ଦଳପତି ହାତୀ ଏକ ସୁରକ୍ଷିତ ସ୍ଥାନ ଖୋଜୁଥିବାବେଳେ ବନବିଭାଗର କର୍ମଚାରୀମାନେ ନିଆଁ ହୁଳା ଦେଖାଇ ହାତୀପଲକୁ ନଦୀ ପାର ହେବା ପାଇଁ ବାଧ୍ୟ କରିଥିଲେ । ଯେଥିପାଇଁ ନଦୀ ପାଣିରେ ଭାସି ପ୍ରଥମେ ଗୋଟିଏ ଛୁଆ ହାତୀର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ହାତୀମାନେ ନଦୀ ପାର ହୋଇଯାଇଥିବାବେଳେ ଗୋଟିଏ ଦନ୍ତା ନଦୀ ମଧ୍ୟରେ ଫଶି ରହିଥିଲା । ସେହି ଦନ୍ତାଟି ମନକୁ ମନ ଉପରକୁ ଉଠିବା ପାଇଁ ସୁଯୋଗ ନଦେଇ 24 ତାରିଖ ରାତିରେ ତାକୁ ନିଆଁହୁଳା ଦେଖାଇ ଭୟଭୀତ କରାଯିବାରୁ ସେହି ହାତୀଟି ନଦୀ ପାଣିରେ ଭାସିଯାଇ ମୃତ୍ୟୁ ବରଣ କରିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ