ଓଡିଶା

odisha

ETV Bharat / state

Baliyatra 2022: ଜମିଲା ଅଗରବତୀ ବ୍ୟବସାୟ, ଗ୍ରାହକ କିଣିନେଲେ ସୁଗନ୍ଧିତ ଧୂପ

ଧୂପ ବିନା ପୂଜା ଅଧା ଅଧୁରା । ବଜାରରେ ଏବେ ଭଳି କି ଭଳି ଅଗରବତୀର ଯଥେଷ୍ଟ ଚାହିଦା ରହିଛି । ଯାହାର ଝଲକ ବାଲିଯାତ୍ରାରେ ପଡିଥିବା ଧୂପକାଠି ଷ୍ଟଲ୍‌ରେ ଲାଗିଥିବା ଭିଡ଼କୁ ଦେଖିଲେ ବାରି ହୋଇପଡୁଛି । ଅଧିକ ପଢ଼ନ୍ତୁ

ଜମିଲା ଅଗରବତୀ ବ୍ୟବସାୟ, ଗ୍ରାହକ କଣିନେଲେ ସୁଗନ୍ଧିତ ଧୂପ
ଜମିଲା ଅଗରବତୀ ବ୍ୟବସାୟ, ଗ୍ରାହକ କଣିନେଲେ ସୁଗନ୍ଧିତ ଧୂପ

By

Published : Nov 15, 2022, 10:38 PM IST

Updated : Nov 16, 2022, 2:13 PM IST

କଟକ:ଧୂପ ବିନା ପୂଜା ଅଧା ଅଧୁରା । ଏହାର ସୁଗନ୍ଧ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ । ବଜାରରେ ଭଳିକି ଭଳି ଧୂପକାଠି ରହିଛି । ବିଭିନ୍ନ ବାସ୍ନାର ଧୂପକାଠି ଜାଣି ପୂଜା କରାଯାଏ । ବାଲିଯାତ୍ରାରେ ଧୂପକାଠିର ଚାହିଦା ରହିଛି । ଏଥିପାଇଁ ବାଲିଯାତ୍ରାରେ ବିଭିନ୍ନ ସୁଗନ୍ଧିତ ଧୂପକାଠି କିଣି ନେଉଛନ୍ତି ଗ୍ରାହକ ।

Baliyatra 2022:

ପ୍ରତ୍ୟେକ ଦିନ ଘରେ ଠାକୁରଙ୍କୁ ପୂଜା କରିଥାଉ । ଭୋଗ ଲାଗୁ କରିବା ପରେ ଧୂପ ମଧ୍ୟ ଦେଇଥାଉ । ଭଳିକି ଭଳି ଧୂପ କାଠି ଆମେ ବ୍ୟବହାର କରିଥାଉ । ଆମେ ଯେଉଁ ଧୂପକାଠି ବ୍ୟବହାର କରୁ ସେଥିରେ ସୁଗନ୍ଧିତ ରହିଥାଏ । ବିଶ୍ୱାସ ଥାଏ ସୁଗନ୍ଧ ଅଗରବତୀ ବ୍ୟବହାର କରିବା ତେବେ ଭଗବାନ ପ୍ରସନ୍ନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଗରବତୀ କମ୍ପାନୀ ମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି । ବଜାରରେ ବି ଭଳିକି ଭଳି ଅଗରବତୀ ବିକ୍ରି ହେଉଛି। କାହାର ଦାମ ଅଧିକ ତ କାହାର କମ । ଅନେକ ଲୋକ କମ ଦାମରେ ଅଧିକ କାଠି ଥିବା ଅଗରବତୀ କିଣି ଥାଆନ୍ତି । ମାତ୍ର ସେଥିରେ ଅଧିକ ସୁଗନ୍ଧ ରହିନଥାଏ । କଟକ ପ୍ରସିଦ୍ଧ ବାଲିଯାତ୍ରରେ ଧୂପକାଠି ଷ୍ଟଲ ଦେଖିବାକୁ ମିଳିଛି । ସୁଗନ୍ଧିତ ଧୂପକାଠି କିଣିବାକୁ ଲୋକଙ୍କ ଭିଡ ମଧ୍ୟ ଲାଗୁଛି । ଭଲ ଧୂପକାଠୀ ବ୍ୟବସାୟ ମଧ୍ୟ ହୋଇଥିବା କହିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, କଟକ

Last Updated : Nov 16, 2022, 2:13 PM IST

ABOUT THE AUTHOR

...view details