କଟକ: କୋରୋନା କାଳରେ ନିୟମ ଉଂଲ୍ଲଘନ କରିବା ଅଭିଯୋଗରେ ବିଭିନ୍ନ ଥାନାରେ ମାମଲା ରୁଜୁ । ଗତକାଲି(ରବିବାର) ସକାଳୁ ଆଜି(ସୋମବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୨ ଟି ମାମଲା ରୁଜୁ କରାଯାଇଛି। ଏହି ୨୨ ଟି ମାମଲା ମଧ୍ୟରୁ ୨୦ ଟି ମାମଲା ତାଲାବନ୍ଦ ନିୟମ ଉଂଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇ ଥିବାବେଳେ ୨ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତାଲାବନ୍ଦ ନିୟମ ଉଂଲ୍ଲଙ୍ଘନ କରି ୨୪ ଘଣ୍ଟାରେ 22 ଜଣଙ୍କ ନାଁରେ ମାମଲା - 22 cases filed in various police stations in the state in 24 hours
ଗତକାଲି(ରବିବାର) ସକାଳୁ ଆଜି(ସୋମବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୨ ଟି ମାମଲା ରୁଜୁ କରାଯାଇଛି।

୨୪ ଘଣ୍ଟାରେ 22ଟି ମାମଲା ରୁଜୁ
ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି(ସୋମବାର) ପର୍ଯ୍ୟନ୍ତ ମୋଟ ୭,୧୯୭ ଟି ମାମଲା ରୁଜୁ କରାଯାଇଛି। ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ