ଓଡିଶା

odisha

ETV Bharat / state

ଲକଡାଉନ ଉଲ୍ଲଂଘନ ମାମଲା, ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୩୧ ମାମଲା ରୁଜୁ

କୋରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଜାରି ହୋଇଛି । ଏଥିସହ ସଚେତନତା ବାର୍ତ୍ତା ବଣ୍ଟାଯାଉଛି । ହେଲେ ସବୁ ପରେ ବି ସୁଧୁରୁନାହାଁନ୍ତି ଅମାନିଆ । ପ୍ରତିଦିନ ରାଜ୍ୟର ବିଭିନ୍ନ ଥାନାରେ ଏ ନେଇ ରୁଜୁ ହେଉଛି ଅନେକ ମାମଲା । ଅଧିକ ପଢନ୍ତୁ..

By

Published : May 9, 2020, 8:25 PM IST

lockdown violation in odisha
ଲକଡାଉନ ଉଲଙ୍ଘନ ମାମଲା

କଟକ: ତାଲାବନ୍ଦ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଶନିବାର ସୁଦ୍ଧା ମୋଟ ୬୦୮୨ ଟି ମାମଲା ରୁଜୁ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଶୁକ୍ରବାର ସକାଳୁ ଶନିବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୩୧ ଟି ମାମଲା ରୁଜୁ କରାଯାଇଛି। ଏହି ୩୧ଟି ମାମଲା ମଧ୍ୟରୁ ୨୮ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଜୁ ହୋଇଥିବା ବେଳେ, ଗୋଟିଏ ମାମଲା ହୋମ କ୍ୱାରେଣ୍ଟାଇନ ଉଲ୍ଲଂଘନ ଓ ଗୋଟିଏ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details