ଓଡିଶା

odisha

ETV Bharat / state

ତାଲାବନ୍ଦ ନିୟମ ଉଲ୍ଲଂଘନ, 24 ଘଣ୍ଟାରେ ୫୫ ମାମଲା ରୁଜୁ

ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏବେ ସୁଦ୍ଧା ମୋଟ ୫୭୬୯ଟି ମାମଲା ରୁଜୁ ହୋଇଛି। ଅଧିକ ପଢନ୍ତୁ..

By

Published : Apr 27, 2020, 8:04 PM IST

lockdown violation 55 case registered in last 24 hours
ତାଲାବନ୍ଦ ନିୟମ ଉଲ୍ଲଂଘନ, 24 ଘଣ୍ଟାରେ ୫୫ ମାମଲା ରୁଜୁ

କଟକ: ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏବେ ସୁଦ୍ଧା ମୋଟ ୫୭୬୯ଟି ମାମଲା ରୁଜୁ ହୋଇଛି। ଗତ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୫୫ ଟି ମାମଲା ରୁଜୁ କରାଯାଇଛି। ଏହି ୫୫ ଟି ମାମଲା ମଧ୍ୟରୁ ୫୧ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗ ରେ ଓ ୪ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଛି ।

ତେବେ କୌଣସି ମାମଲା ହୋମକ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇନଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details