କଟକ: ସିଲଭରସିଟିରେ ଜାରି ରହିଛି ଲକଡାଉନ । ଅତ୍ୟାବଶ୍ୟକ ସମଗ୍ରୀ ସହ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ଛାଡିଲେ ଅନ୍ୟ କାହାକୁ କୁ ରାସ୍ତା ଉପରକୁ କିମ୍ବା ଘରୁ ନ ବାହାରିବା ପାଇଁ ନିର୍ଦେଶ ଦିଆଯାଇଛି । ହେଲେ ବିଡ଼ମ୍ବନାର ବିଷୟ କଟକରେ ତଣ୍ଡର ପରିଧି ଦିନକୁ ଦିନ ବଢି ଚାଲିଛି ।
କଟକରେ କୋରୋନା ମହାମାରୀକୁ ନଇ ଜାରି ରହିଛି ଲକଡାଉନ । ଜିଲ୍ଲାରେ ଦିନକୁ ଦିନ ପଜିଟିଭ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅମାନିଆଙ୍କ ମନମାନି ଯୋଗୁଁ କଟକରେ ଏପରି ଦୃଶ୍ୟ ସମ୍ନାକୁ ଆସୁଛି । ଯାହା ବର୍ତ୍ତମାନ ଚିନ୍ତା ବଢ଼ାଇ ଦେଇଛି । ସୋମବାର ସମସ୍ତ ଚେକିଂ ଓ ବ୍ଳକିଙ୍ଗ ପେଏଣ୍ଟ ରେ ଚେକିଂ ସମୟରେ 643 ବାଇକ ଆରୋହୀ କାଟିଛନ୍ତି ଚାଲାଣ । ଏହା ସହ ବିନା ମାସ୍କରେ 436 ଜଣ ତଣ୍ଡ ଗଣିଥିବା ବେଳେ ସମାଜିକ ଦୂରତ୍ବ ଆଇନ ଭଙ୍ଗ କରି 1124 ଜଣ ଗଣିଛନ୍ତି ଫାଇନ ।