ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ, 24 ଘଣ୍ଟାରେ 18 ମାମଲା ରୁଜୁ - ଲକଡାଉନ ନିୟମ ଉଲଙ୍ଘ ମାମଲା

ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୧୮ ଟି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ନିୟମ ଉଲଙ୍ଘ ମାମଲା, 24 ଘଣ୍ଟାରେ 18 ମାମଲା ରୁଜୁ
ଲକଡାଉନ ନିୟମ ଉଲଙ୍ଘ ମାମଲା, 24 ଘଣ୍ଟାରେ 18 ମାମଲା ରୁଜୁ

By

Published : May 12, 2020, 7:47 PM IST

କଟକ: ପ୍ରତ୍ୟେକ ଦିନ ରାଜ୍ୟରେ କିଛି ନା କିଛି ଲୋକେ ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରୁଛନ୍ତି । କୋରୋନାକୁ ନେଇ ନାଗରିକଙ୍କୁ ସଚେତନ କରାଇଲେ ସୁଦ୍ଧା ବାହାରକୁ ବାହାରୁଛନ୍ତି ଏବଂ କ୍ବାରେଣ୍ଟାଇନ ସେଣ୍ଟରରୁ ମଧ୍ୟ ପଳାୟନ କରୁଛନ୍ତି । ତେବେ ଏହି ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୧୭୦ ଟି ମାମଲା ରୁଜୁ କରାଯାଇଛି ।

ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୮ ଟି ମାମଲା ରୁଜୁ କରାଯାଇଛି । ଏହି ୧୮ ଟି ମାମଲା ମଧ୍ୟରୁ ୧୫ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ ୨ ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ହୋଇଛି । ସେହିପରି ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details