କଟକ: କୋରୋନାକୁ ଡରୁ ନାହାଁନ୍ତି ଲୋକେ। ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଦେଶରେ ଜାରି ହେଲା ଲକଡାଉନ । ଆଉ ଏହାକୁ ସଠିକ ଭାବେ ପାଳୁନାହାଁନ୍ତି ଲୋକେ । ଜନତାଙ୍କୁ ଯେତେ ସଚେତନା କରାଇଲେ ସୁଦ୍ଧା ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରୁଛନ୍ତି । ଏହାରି ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୦୫୧ ଟି ମାମଲା ରୁଜୁ କରାଯାଇଛି ।
ଲକଡାଉନ ନିୟମ ଉଲ୍ଲଂଘନ, ରାଜ୍ୟରେ ୨୪ ଘଣ୍ଟାରେ ୨୨ ଟି ମାମଲା ରୁଜୁ - ରାଜ୍ୟରେ ୨୪ ଘଣ୍ଟାରେ ୨୨ ଟି ମାମଲା ରୁଜୁ
ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ତାଲାବନ୍ଦ ନିୟମ ଉଲ୍ଲଂଘନରେ ୬୦୫୧ ଟି ମାମଲା ରୁଜୁ କରାଯାଇଛି । ୨୪ ଘଣ୍ଟାରେ ୨୨ ଟି ମାମଲା ରୁଜୁ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଲକଡାଉନ ନିୟମ ଉଲ୍ଲଂଘନ, ରାଜ୍ୟରେ ୨୪ ଘଣ୍ଟାରେ ୨୨ ଟି ମାମଲା ରୁଜୁ ରାଜ୍ୟରେ ୨୪ ଘଣ୍ଟାରେ ୨୨ ଟି ମାମଲା ରୁଜୁ](https://etvbharatimages.akamaized.net/etvbharat/prod-images/768-512-7117220-209-7117220-1588944978303.jpg)
ରାଜ୍ୟରେ ୨୪ ଘଣ୍ଟାରେ ୨୨ ଟି ମାମଲା ରୁଜୁ
ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୨ ଟି ମାମଲା ରୁଜୁ କରାଯାଇଛି । ଏହି ୨୨ ଟି ମାମଲା ମଧ୍ୟରୁ ୧୮ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ, ୩ ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ସେହିପରି ଗୋଟିଏ ମାମଲା ଅନ୍ୟାନ୍ୟ ମାମଲା ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ