ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ, 24 ଘଣ୍ଟାରେ 7 ମାମଲା ରୁଜୁ

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲାରେ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ନିୟମ ଉଲ୍ଲଂଘନ ମାମଲା
ଲକଡାଉନ ନିୟମ ଉଲ୍ଲଂଘନ ମାମଲାଲକଡାଉନ ନିୟମ ଉଲ୍ଲଂଘନ ମାମଲା

By

Published : Aug 13, 2020, 10:25 PM IST

କଟକ: ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୭୩୬୮ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ କରାଯାଇଛି । ଏହି ୭ ଟି ମାମଲା ମଧ୍ୟରୁ ୬ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details