ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ ମାମଲା, ୨୪ ଘଣ୍ଟାରେ ୭ ମାମଲା ରୁଜୁ - ୨୪ ଘଣ୍ଟାରେ ରାଜ୍ୟର ୭ଟି ମାମଲା ରୁଜୁ

ଥମୁନି ତାଲାବନ୍ଦ ନିୟମ ଉଲ୍ଲଂଘନ ମାମଲା । ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୭ଟି ମାମଲା ରୁଜୁ
ଲକଡାଉନ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୭ଟି ମାମଲା ରୁଜୁ

By

Published : Jun 28, 2020, 8:24 PM IST

କଟକ: ରାଜ୍ୟରେ କୋରୋନା ମାମଲା ବୃଦ୍ଧି ପାଇଲେ ସୁଦ୍ଧା ସଚେତନ ହେଉନାହାଁନ୍ତି ସାଧାରଣ ଲୋକେ । କୋରୋନାକୁ ରୋକିବା ପାଇଁ ଲକଡାଉନ ଲାଗୁ କରାଯାଇଛି । ହେଲେ ତାଲାବନ୍ଦ ନିୟମକୁ ପାଳୁନାହାଁନ୍ତି ଲୋକେ । ଲକଡାଉନ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୬୬୨ ଟି ମାମଲା ରୁଜୁ କରାଯାଇଛି ।

ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ କରାଯାଇଛି । ଏହି ୭ ଟି ମାମଲା ମଧ୍ୟରୁ ୬ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଗୋଟିଏ ମାମଲା ହୋମକ୍ୱାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details