କଟକ: ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୬୦୦ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତାଲାବନ୍ଦ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୫ ମାମଲା ରୁଜୁ - ରାଜ୍ୟରେ ୨୪ ଘଣ୍ଟାରେ ୫ ଟି ମାମଲା ରୁଜୁ
ତାଲାବନ୍ଦ ନିୟମ ଉଲଙ୍ଘନ ମାମଲାରେ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୫ ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ତାଲାବନ୍ଦ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୫ ଟି ମାମଲା ରୁଜୁ
ଗୁରୁବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୫ ଟି ମାମଲା ରୁଜୁ କରାଯାଇଛି । ଏହି ୫ ଟି ମାମଲା ମଧ୍ୟରୁ ୩ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିଲା ବେଳେ ଗୋଟିଏ ମାମଲା ହୋମକ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ସେହିପରି ଗୋଟିଏ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ