ଓଡିଶା

odisha

ETV Bharat / state

ଲକଡାଉନ କମାଇବ ସଂକ୍ରମଣ: ସିଏମସି କମିଶନର

ଲକଡାଉନରେ ସିଲଭରସିଟିରୁ କମିବ କୋରୋନା । ଏହି 14 ଦିନିଆ ଲକଡାଉନ ନିଶ୍ଚୟ ଭାବରେ କୋଭିଡର ଚେନ ଭାଙ୍ଗିବ ବୋଲି ଆଶା କରାଯାଉଛି କହିଲେ ସିଏମସି କମିଶନର ଅନନ୍ୟା ଦାସ । ଅଧିକ ପଢନ୍ତୁ...

ଲକଡାଉନ କମାଇବ ସଂକ୍ରମଣ: ସିଏମସି
ଲକଡାଉନ କମାଇବ ସଂକ୍ରମଣ: ସିଏମସି

By

Published : May 6, 2021, 9:17 PM IST

କଟକ: ଲକଡାଉନରେ ସିଲଭରସିଟିରୁ କମିବ କୋରୋନା । ପୂର୍ବରୁ ପ୍ରବେଶ ଓ ପ୍ରସ୍ତାନ ଉପରେ କୌଣସି ପ୍ରତିବନ୍ଧକ ନ ଥିବାରୁ କୋଭିଡ ସଂକ୍ରମଣ ବଢ଼ିଛି । ଆଜି ରେକର୍ଡ କରିଛି ସଂକ୍ରମଣ । ଗୋଟିଏ ଦିନରେ 900ରୁ ଊର୍ଦ୍ଧ୍ବ ପଜେଟିଭ ମାମଲା ସାମ୍ନାକୁ ଆସିଛି । ତେବେ କହିବାକୁ ଗଲେ ବର୍ତ୍ତମାନ କୋଭିଡ ପ୍ଲାଟୋ ଷ୍ଟେଜରେ ରହିଛି । ଏହାସହ ଆମେ ମଧ୍ୟ ସବୁ ଦିଗରୁ ସଜାଗ ରହିଛୁ । ବେଡ଼ ସଂଖ୍ୟା ବୃଦ୍ଧି କରାଯାଉଛି ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ଲକଡାଉନ କମାଇବ ସଂକ୍ରମଣ: ସିଏମସି

ସେହିପରି ପ୍ରାଇଭେଟ କୋଭିଡ ମେଡିକାଲ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି । ଏହାସହ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆନ୍ଧ୍ରପ୍ରଦେଶରୁ ମାଲବାହୀ ଗାଡି ଆସୁଛି । ତାହା ଉପରେ ରହିଛି ନଜର । ମାଲଗୋଦାମକୁ ମଧ୍ୟ ନିର୍ଦେଶ ରହିଛି ସଚେତନ ହେବା ପାଇଁ । ତେବେ ଏହି 14 ଦିନିଆ ଲକଡାଉନ ନିଶ୍ଚୟ ଭାବରେ କୋଭିଡର ଚେନ ଭାଙ୍ଗିବ ବୋଲି ଆଶା କରାଯାଉଛି କହିଲେ ଅନନ୍ୟା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details