ନିଆଳି:ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ତଣ୍ତିକଣା ଠାରୁ ଏରଞ୍ଚ ଭାୟା ପୋହଳ ପର୍ଯ୍ୟନ୍ତ ରାସ୍ତା । ରାସ୍ତା କଡରେ ଲାଗିଥିବା ସୂଚନା ଫଳକରେ ରାସ୍ତା ନିର୍ମାଣର ସମସ୍ତ ତଥ୍ୟ ଲେଖାଯାଇଛି । ହେଲେ ସେହି ନିୟମ କେବଳ ଫଳକରେ ହିଁ ସୀମିତ । କାରଣ ରାସ୍ତାର ନିର୍ମାଣ ଶେଷ ହେବାର ଡେଡଲାଇନ କେବେଠୁ ସରିଲାଣି ହେଲେ ଏପର୍ଯ୍ୟନ୍ତ ରାସ୍ତା 30 ପ୍ରତିଶତ ବି ନିର୍ମାଣ ହୋଇନି । ଅନ୍ୟପଟେ ଏନେଇ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ପଚାରିଲେ ପାଲଟା ରାଗି ଯାଉଛନ୍ତି ସେ ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ତଣ୍ତିକଣା ଠାରୁ ଏରଞ୍ଚ ଭାୟା ପୋହଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟଚାଲିଛି । ତେବେ ରାସ୍ତା ନିର୍ମାଣକୁ ନେଇ ସମସ୍ତ ବିବରଣୀ ରାସ୍ତା କଡରେ ଲାଗିଥିବା ସୂଚନା ଫଲକରେ ବି ଲେଖାଯାଇଛି । ସୂଚନା ଫଳକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏହି ୫ . ୧୫୦ କି.ମି ରାସ୍ତା ନିର୍ମାଣ ପାଇଁ ୩ କୋଟି ୨୨ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ଏହି ରାସ୍ତା ୨୧ ନଭେମ୍ୱର ୨୦୨୨ ମସିହା ଠାରୁ ଆରମ୍ଭ ହୋଇଥିବା ବେଳେ ଶେଷ ହେବା କଥା ୨୧/୦୮/୨୦୨୩ ମସିହାରେ । ସରକାରଙ୍କ ସମୟ ସୀମା ଅବଧି ଶେଷ ହୋଇ ସାରିଲାଣି କିନ୍ତୁ ଏବେ ସୁଦ୍ଧା ୩୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନାହିଁ ।
ଏହାମଧ୍ୟ ପଢନ୍ତୁ..ଅଧା ରାସ୍ତା ନିର୍ମାଣ କରି ଠିକାଧାର ଛୁ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ
ସ୍ଥାନୀୟବାସିନ୍ଦା ଅଭିଯୋଗ ଅନୁଯାୟୀ, ଏତେଦିନ ଧରି କାମ ଚାଲିଥିବାରୁ ସେହି ବାଟ ଯାତାୟାତ କଲା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସରକାରୀ ଅଧିକାରୀଙ୍କର ଅନୁପସ୍ଥିତି ଯୋଗୁଁ ମନ ଇଚ୍ଛା ନିମ୍ନମାନର କାମ ହେଉଛି।