ଓଡିଶା

odisha

By

Published : Nov 26, 2020, 8:56 PM IST

Updated : Nov 26, 2020, 9:16 PM IST

ETV Bharat / state

କଟକରେ କେମିତି ହୋଇଥିଲା ଚୋରିର ବ୍ଲୁପ୍ରିଣ୍ଟ: ଚୋର ଦେଖାଇଲେ ଲାଇଭ ଡେମୋ

ଲୁଟେରାମାନେ କେମିତି କରିଥିଲେ ଲୁଟ । ସେନେଇ ଆଜି ଲାଲାଙ୍କ ସମେତ ୫ ଜଣ ଅଭିଯୁକ୍ତ ଲାଇଭ ଡେମୋ ଦେଖାଇଛନ୍ତି । ବ୍ରାଞ୍ଚ ଭିତରେ ପୁରା ଲୁଟର କାହାଣୀକୁ ଲାଇଭ ଡେମୋ ମାଧ୍ୟମରେ ଲୁଟେରା ପୋଲିସକୁ ଦେଖାଇଥିଲେ । ଅଧିକ ପଢନ୍ତୁ...

ଆଇଆଇଏଫ୍ଏଲ ଲୁଟ,ଚୋର ଦେଖାଇଲା ସମ୍ପୂର୍ଣ୍ଣ ଚୋରିର ଡେମୋ
ଆଇଆଇଏଫ୍ଏଲ ଲୁଟ,ଚୋର ଦେଖାଇଲା ସମ୍ପୂର୍ଣ୍ଣ ଚୋରିର ଡେମୋ

କଟକ: ଲୁଟେରା ମାନେ ଲୁଟ୍ କେମିତି କରିଥିଲେ ସେନେଇ ଆଜି ଲାଲାଙ୍କ ସମେତ ୫ ଜଣ ଅଭିଯୁକ୍ତ ଲାଇଭ ଡେମୋ ଦେଖାଇଛନ୍ତି । ବିଶେଷକରି ଲୁଟେରା ମାନେ କେଉଁ ରୁଟରେ ଆସିଥିଲେ ଆଉ କିପରି ଆଇଆଇଏଫ୍ଏଲ ବ୍ରାଞ୍ଚକୁ ପ୍ରବେଶ କରିଥିଲେ ଏବଂ ବ୍ରାଞ୍ଚ ଭିତରେ ପୁରା ଲୁଟର କାହାଣୀକୁ ଲାଇଭ ଡେମୋ ମାଧ୍ୟମରେ ଲୁଟେରା ଦେଖାଇଛନ୍ତି ପୋଲିସକୁ ।

କଟକରେ କେମିତି ହୋଇଥିଲା ଚୋରିର ବ୍ଲୁପ୍ରିଣ୍ଟ: ଚୋର ଦେଖାଇଲେ ଲାଇଭ ଡେମୋ

ଏଠାରେ କହିରଖୁଛୁ, ଗତ 19 ତାରିଖ ଦିନ କିଛି ଦୁର୍ବୃତ୍ତ ଆଇଆଇଏଫ୍ଏଲ ବ୍ରାଞ୍ଚ ପରିସରରେ ପଶି ଲୁଟ କରିଥିଲେ। ପରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ।

ମୂଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ୍ ରାୟଙ୍କ ସହିତ ୫ ଜଣ ଲୁଟେରାଙ୍କୁ ଘଟଣା ସ୍ଥାନକୁ ଆଣି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ ଲାଲାକୁ ସହଯୋଗ କରିଥିବା ରଞ୍ଜନ ବାବା ରହିଥିଲା । ବାବାଙ୍କ ଇସାରାରେ ସବୁ କିଛି ଘଟଣା ଘଟିଛି ବୋଲି କଟକ ଡିସିପି କହିଛନ୍ତି।

ସେହିପରି ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ 3 ଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି ପୁଲିସ। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 26, 2020, 9:16 PM IST

ABOUT THE AUTHOR

...view details