ଓଡିଶା

odisha

ETV Bharat / state

7 ବର୍ଷ ପରେ ମିଳିଲା ନ୍ୟାୟ, ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟାକାରୀକୁ ସ୍ବାମୀକୁ ଆଜୀବନ କାରାଦଣ୍ଡ । 7 ବର୍ଷ ପରେ ମିଳିଲା ନ୍ୟାୟ । 2016 ମସିହାରେ ଘଟିଥିଲା ହତ୍ୟାକାଣ୍ଡରେ ସ୍ବାମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ । ଅଧିକ ପଢନ୍ତୁ

By

Published : Mar 29, 2023, 8:02 AM IST

life imprisonment punishment to husband
ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ

କଟକ:ପତ୍ନୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରା ଦଣ୍ଡାଦେଶ । କଟକ ଜିଲ୍ଲା ଦୌରା ଜଜ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । କଟକ ସଦର ଥାନା ଅରଡ଼ ଗ୍ରାମରେ ଘଟିଥିଲା ଏହି ହତ୍ୟାକାଣ୍ଡ । 2016 ମସିହା ଏପ୍ରିଲ 21 ତାରିଖରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ସାମାନ୍ୟ ବଚସାକୁ କେନ୍ଦ୍ର କରି ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅଭିଯୁକ୍ତ ସ୍ବାମୀ ପତ୍ନୀ ସରସ୍ବତୀ ପୃଷ୍ଟିକୁ ହତ୍ୟା କରିଥିଲେ । ଏହି ମାମଲାର ଶୁଣାଇ କରି ପତ୍ନୀହନ୍ତାକୁ କଟକ ଜିଲ୍ଲା ଦୌରା ଜଜ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି ।

କାଳନ୍ଦୀ ସବୁ ସୀମା ପାର କରି ଦେଇଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହରୁ ହାତ ଦୁଇଟି କାଟି ନେଇ ଥିଲା ପିଶାଚ ସ୍ବାମୀ। ମୃତକଙ୍କ ଦୁଇ ନାବାଳକ ପୁଅଙ୍କ ସାମ୍ନାରେ ଏହି ଘଟଣା ଘଟାଇ ଥିଲେ ଅଭିଯୁକ୍ତ ସ୍ବାମୀ । ପରେ ଦୁଇ ପୁଅଙ୍କୁ ନେଇ ଘଟଣା ସ୍ଥଳରୁ ମଧ୍ୟ ଫେରାର ମାରିଥିଲା ହତ୍ୟାକାରୀ ସ୍ବାମୀ ପ୍ରସନ୍ନ ଓରଫ କାଳିଆ ମଲ୍ଲିକ । ସବୁ କିଛି ଠିକ ଠାକ ଥିଲା । ହେଲେ ସ୍ବାମୀ ଯେ ଏପରି ନିଷ୍ଠୁର କାମ କରିବ,ସେକଥା କାହାକୁ ଜଣାନଥିଲା । ହତ୍ୟା ଘଟଣାରେ ସ୍ବାମୀକୁ ପୋଲିସ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ସେ ତାର ଦୋଷ ସ୍ବୀକାର କରି ନେଇଥିଲା । ପୋଲିସ ଆଗରେ ବି ସବୁ ସତ କଥା କହିଥିଲା । ସେ ରାଗରେ ହିଁ ତାର ସ୍ତ୍ରୀକୁ ହତ୍ୟା କରିଥିଲା ଆଉ ସେ ଅନୁତପ୍ତ ବୋଲି କହିଥିଲା ।

ଆଇନ ଆଖିରେ ସେ ଖସିଯିବା ସହଜ ନଥିଲା । ସେ ଅପରାଧୀ । କୋର୍ଟ ବି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣା ଘଟିବା ପରେ ସରସ୍ବତୀଙ୍କ ଭାଇ ଆଲୋକ ପୃଷ୍ଟି କଟକ ସଦର ଥାନାରେ ମାମଲା ରୁଜୁ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତ କାଳିଆକୁ ଗିରଫ କରିଥିଲା କଟକ ସଦର ଥାନା ପୋଲିସ । ଆଇପିସିର ଧାରା 302 ଏବଂ 498 (A)ରେ ମଧ୍ୟ କୋର୍ଟ ଚାଲାଣ କରିଥିଲା ସଦର ଥାନା ପୋଲିସ ।

ଏହା ବି ପଢନ୍ତୁ...ନାବାଳିକା ଦୁଷ୍କର୍ମକାରୀକୁ 14 ବର୍ଷ ସଶ୍ରମ କାରାଦଣ୍ଡ

ଘଟଣାରେ ଅଭିଯୁକ୍ତର ନାବାଳକ ପୁଅ ସମେତ ମୋଟ 16 ଜଣ ସାକ୍ଷୀ ଏବଂ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ, ଅଭିଯୁକ୍ତକୁ ହତ୍ୟା ଅପରାଧରେ ଆଜୀବନ ଏବଂ ନିର୍ଯାତନା ଅପରାଧରେ 3 ବର୍ଷ ଏବଂ ଉଭୟ ଦଫାରେ ମୋଟ 15 ହଜାର ଟଙ୍କା ଜୋରିମାନା ପାଇଁ ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଆଉ 18 ମାସ ଜେଲ ଦଣ୍ଡ ଭୋଗିବା ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଆଦାୟ ହେବାକୁ ଥିବା ଜୋରିମାନା ଅର୍ଥ ମୃତକ ସରସ୍ବତୀଙ୍କ ପୁଅଙ୍କୁ ଦେବା ସହ କ୍ଷତିପୂରଣ ବାବଦରେ ଅର୍ଥ ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details