ଓଡିଶା

odisha

ETV Bharat / state

Legends League Cricket: ଆଗକୁ ମ୍ୟାଚ୍‌, OCAର ଜୋରଦାର ପ୍ରସ୍ତୁତି

ଆସନ୍ତା 26 ତାରିଖରୁ ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ ଲିଗ କ୍ରିକେଟ (Legends League Cricket ) । ଅଧିକ ପଢନ୍ତୁ

ଲିଜେଣ୍ଡସ ଲିଗ କ୍ରିକେଟ ପାଇଁ ଓସିଏ ତରଫରୁ ଜୋରଦାର ପ୍ରସ୍ତୁତି
ଲିଜେଣ୍ଡସ ଲିଗ କ୍ରିକେଟ ପାଇଁ ଓସିଏ ତରଫରୁ ଜୋରଦାର ପ୍ରସ୍ତୁତି

By

Published : Sep 18, 2022, 10:12 AM IST

କଟକ: ଆସନ୍ତା 26 ତାରିଖରୁ ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ କ୍ରିକେଟ ଲିଗ ( Legends League Cricket ) । ଭେଟରାନ କ୍ରିକେଟର ତଥା କ୍ରିକେଟରୁ ଅବସର ନେଇ ସାରିଥିବା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି କ୍ରିକେଟ ଲିଗର 3 ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ 4ଟି ଟିମ ପରସ୍ପର ସହିତ ମୁହାଁମୁହିଁ ହେବେ। ଆସନ୍ତା 26, 27 ଓ 29 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର 3 ଟି ମ୍ୟାଚ ବାରବାଟୀରେ ଖେଳାଯିବ ।

ଲିଜେଣ୍ଡସ ଲିଗ କ୍ରିକେଟ ପାଇଁ ଓସିଏ ତରଫରୁ ଜୋରଦାର ପ୍ରସ୍ତୁତି

ଏହି ମ୍ୟାଚ ଗୁଡିକରେ ସଫଳତାର ସହ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲିଜେଣ୍ଡସ କ୍ରିକେଟ ଲିଗ ପ୍ରସ୍ତୁତି ବାବଦରେ, ଓସିଏ କର୍ତ୍ତୃପକ୍ଷ ଏବଂ ଆଲୋଚନା କଟକ ପୋଲିସ କମିଶନର ଏକ ବୈଠକରେ ଆଲୋଚନା କରିଛନ୍ତି । ଖେଳାଳିମାନଙ୍କର ଭୁବନେଶ୍ୱରରେ ରହଣି ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମରେ ଖେଳିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇଛି । ଏହି ମ୍ୟାଚରେ 34 ହଜାର ଟିକେଟ ବିକ୍ରି ପାଇଁ ଯୋଜନା ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ 5 ହଜାର ଟିକେଟ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଛି ।

LLC ଓଡିଶାରେ ଅନୁଷ୍ଠିତ ହେବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି "ଏହି ଲିଜେଣ୍ଡସ କ୍ରିକେଟ ଲିଗ ଛଅଟି ରାଜ୍ୟରେ ଅନୁଷ୍ଠିତ ହେଉଛି । ଓଡିଶାରେ ମଧ୍ୟ ଲିଜେଣ୍ଡସ କ୍ରିକେଟ ଲିଗ ଖେଳାଯିବା ଭେନ୍ୟୁ ଧାର୍ଯ୍ୟ ହୋଇଛି । ଓସିଆ ତରଫରୁ ଆଶା କରାଯାଉଛି କି ଏଭଳି ମ୍ୟାଚ ପ୍ରତି ବର୍ଷ ହେଉ । ଅନ୍ତର୍ଜାତୀୟ କ୍ରିକେଟର ଓଡିଶାକୁ ଆସିବା ଏବଂ ଓଡିଶାରେ ଖେଳିବା ଏହା ସୌଭାଗ୍ୟର କଥା । ଓଡିଶାରେ ଅନ୍ତର୍ଜାତୀୟ ମ୍ୟାଚରେ ଓଡିଶାବାସୀ ଖେଳକୁ ମଧ୍ୟ ଉପଭୋଗ କରିବାରେ ସୁଯୋଗ ପାଇବେ । ସେଥିପାଇଁ ଗଣମାଧ୍ୟମ ମାଧ୍ୟରେ ଅନୁରୋଧ କରାଯାଉଛି କି ଖେଳାଳି ମାନେ ଆସିଲେ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ । ଭାରତ ବନାମ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚରେ ଯେଉଁଭଳି ଅପ୍ରିତି କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଭଳି ଅଘଟଣ ଯେପରି ପୁନର୍ବାର ନ ଘଟେ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ । ଏକ ଘରୋଇ କମ୍ପାନୀ ଏହି ଲିଜେଣ୍ଡସ କ୍ରିକେଟ ଲିଗରେ ଆୟୋଜକ ରହିଥିବା ବେଳେ ଓଡିଶାରେ ଖେଳ ଅନୁଷ୍ଠିତ ହେଉଥିବାରୁ ଓସିଏ ତରଫରୁ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଆମର କର୍ତ୍ତବ୍ୟ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details