ଓଡିଶା

odisha

By

Published : Oct 16, 2019, 7:22 PM IST

ETV Bharat / state

ଆସନ୍ତା 21 ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସବୁ ବାର ଆସୋସିଏନକୁ ହାଇକୋର୍ଟ ପୂର୍ଣ୍ଣ ଖଣ୍ଡପୀଠର ନୋଟିସକୁ ବିରୋଧ କରି ଆସନ୍ତା 21 ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ....

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ସମସ୍ତ ବାର ଆସୋସିଏସନକୁ ହାଇକୋର୍ଟ ପୂର୍ଣ୍ଣ ଖଣ୍ଡପୀଠଙ୍କ ନୋଟିସ୍ ପ୍ରସଙ୍ଗ । ନୋଟିସ୍‌କୁ ବିରୋଧ କରି ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି । ଏଥିସସହ ଆସନ୍ତା 18 ତାରିଖରେ ହାଇକୋର୍ଟ ପରିସରରେ ରାଜ୍ୟର ସମସ୍ତ ବାରର ସଭାପତି ଓ ସମ୍ପାଦକଙ୍କୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ନୋଟିସ୍ ସମ୍ପର୍କରେ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଭାପତି ।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଏହାସହ ଆସନ୍ତା ଗୁରୁବାର ହାଇକୋର୍ଟ ବାରର ଏକ ପ୍ରତିନିଧି ଦଳ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବେ । କେବଳ ସେତିକି ନୁହେଁ ଏହି ସମସ୍ୟା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟି ଜଣାଯିବ ବୋଲି ସେ କହିଛନ୍ତି । ତେବେ 18 ତାରିଖରେ ବୈଠକ ବସିବା ପରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ହାଇକୋର୍ଟରେ ୨୭ ଜଣ ବିଚାରପତି ଆବଶ୍ୟକ ଥିବାବେଳେ ମାତ୍ର ୧୪ ଜଣ ବିଚାରପତିଙ୍କୁ ନେଇ ବିଚାର ପ୍ରକ୍ରିୟା କରାଯାଉଛି । ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ମାମଲା ବିଚାରଧୀନ ଥିବାବେଳେ, ଟ୍ରିବୁନାଲର ପାଖାପାଖି ୭୨ ହଜାର ମାମଲା ବିଚାରଧୀନ ରହିଛି । ତେବେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ସାଧାରଣ ଲୋକ ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details