ଓଡିଶା

odisha

By

Published : Apr 22, 2023, 5:26 PM IST

ETV Bharat / state

Trilochan Kanungo Demise: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୂର୍ବତନ ସାଂସଦ, ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ କାନୁନଗୋଙ୍କ ଶେଷକୃତ୍ୟ । ଉପସ୍ଥିତ ଥିଲେ ବହୁ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ

ନିଆଳି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୂର୍ବତନ ସାଂସଦ, ବିଶିଷ୍ଟ ଶିକ୍ଷାବିତ ତଥା ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଶେଷକୃତ୍ୟ । ଜିଲ୍ଲାପ୍ରଶାସନ,ରାଜନେତା, ଲୋକପ୍ରତିନିଧି ଏବଂ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୂର୍ବରୁ ମସ୍ତିଷ୍କ ଆଘାତରେ ପୀଡ଼ିତ ଥିବା ବେଳେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଥିଲା । ଅଡଶପୁର କଲେଜ ପରିସରରୁ କାନୁନଗୋଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯିବା ପରେ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ନିଆଳି ପୂର୍ବ ନିର୍ବାଚନ ମଣ୍ଡଳୀ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ, ଜଗତସିଂହପୁର ଆସନରୁ ସାଂସଦ ଏବଂ କଟକ ସିଏମରୁ ନଗରପାଳ ଦାୟିତ୍ଵ ପରେ କଟକ ଜିଲ୍ଲା ଅଡଶପୁରସ୍ଥିତ ଉଦୟନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା ସମିତି ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ତାଙ୍କର ମାର୍ଜିତ କଥାବାର୍ତ୍ତା ଏବଂ ରାଜନୈତିକ ରଣକୌଶଳରେ ବେଶ ଚାଣକ୍ୟ ଥିଲେ। ଯେଉଁ ଦୁଇପଦ କଥା କହୁଥିଲେ ଗୋବିନ୍ଦପୁରବାସୀ ଶ୍ରଦ୍ଧାର ସହିତ ଗ୍ରହଣ କରୁଥିଲେ। ଶୁକ୍ରବାର ସକାଳେ ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ରାଜନେତାଙ୍କଠାରୁ ଆରମ୍ଭ କରି ବୃଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶେଷ ଦର୍ଶନ ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଗତକାଲି ଅପରାହ୍ନରେ ସମୟରେ କଟକ ଜିଲ୍ଲା ଅଡଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ କାନୁନଗୋଙ୍କ ପାର୍ଥିବ ଶରୀର ଶୋଭାଯାତ୍ରାରେ ପହଞ୍ଚିବା ପରେ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ରାଜନେତା, ସ୍ଥାନୀୟ ନେତୃବୃନ୍ଦ ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସକାଳୁ ଏକ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକ, ଶୁଭେଚ୍ଛୁ, ରାଜନେତା, ନେତୃବୃନ୍ଦ ଅଡଶପୁର କଲେଜ ପରିସରରୁ କାନୁନଗୋଙ୍କ ପାର୍ଥିବ ଶରୀରକୁ ନେଇଥିଲେ ଗାଁ ମାଟି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତ ବଡମଳେଇକୁ । ସେଠାରେ ଗାଁ ଏବଂ ପରିବାର ସ୍ଥାନୀୟ ଲୋକମାନେ ଶେଷ ଦର୍ଶନ କରିବା ପରେ ଗାଁ ଶ୍ମଶାନ ନିକଟକୁ ପାର୍ଥିବ ଶରୀର ଯାଇଥିଲା ।

ଏହା ବି ପଢନ୍ତୁ- କଟକରେ ପହଞ୍ଚିଲା ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର, ସିଏମସି କାର୍ଯ୍ୟାଳୟରେ ଶେଷ ଦର୍ଶନ

ସେଠାରେ ରାଜ୍ୟ ସରକାର ଏବଂ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଉପଜିଲ୍ଲାପାଳ କମଳଜୀତ ଦାସ, ରାଜନେତା ଯଜ୍ଞେଶ୍ଵର ବାବୁ, ପୂର୍ବତନ ବିଚାରପତି ଚୌଧୁରି ବିକାଶ ଚନ୍ଦ୍ର ମିଶ୍ର, କଟକ ମେୟର ସୁବାଷ ସିଂ,ବରିଷ୍ଠ ସାମ୍ବାଦିକ ରବି ଦାସ, ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଛବି ମଲ୍ଲିକ, କଟକ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଶଶୀକାନ୍ତ ଲେଙ୍କା, ସମାଜସେବୀ ପ୍ରସନ୍ନ କୁମାର ମଲ୍ଲିକ, ସୁବାଷ ମଲ୍ଲିକ ଉପସ୍ଥିତ ଥିଲେ। ଗାର୍ଡ ଅଫ ଅନର ଦିଆଯିବା ପରେ ମୁଖାଗ୍ନି ଦିଆଯାଇଥିଲା । କାନୁନଗୋଙ୍କ ସାନ ଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବରିଷ୍ଠ ନେତା, ଲୋକ ପ୍ରତିନିଧି ଉପସ୍ଥିତ ଥିଲେ।

କାନୁନଗୋ ଜଣେ ସଚ୍ଚୋଟ ଜନ ସେବକ ଭାବରେ କେବଳ କଟକ ନୁହେଁ ସମଗ୍ର ରାଜ୍ୟରେ ବେଶ ଜଣାଶୁଣା ଥିଲେ । ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ମଧ୍ୟ ଥିଲେ। ସାନ ଭାଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସହିତ ମିଶି ଜନତା ଦଳରୁ ନିର୍ବାଚନ ଲଢୁଥିଲେ। ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଏବଂ ଜଗତସିଂହପୁର ଲୋକସଭା ଆସନରୁ ସାଂସଦ ହେବା ସହ ବିଜୁବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କାର୍ଯ୍ୟ କରିଛନ୍ତି । ତାଙ୍କର ପରଲୋକରେ ରାଜ୍ୟର କ୍ଷତି ହେବା ସହ ନିଆଳି ଗୋଟିଏ ଜନ ନାୟକଙ୍କୁ ସବୁ ଦିନ ହରାଇଛି।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details