ଓଡିଶା

odisha

ETV Bharat / state

ଆଜି ଶ୍ରାବଣ ଶେଷ ସୋମବାର: 'ବୋଲବମ୍' ଧ୍ବନିରେ କମ୍ପୁଛି ବାବା ଧବଳେଶ୍ବରଙ୍କ ପୀଠ - ଧବଳେଶ୍ବର ପୀଠରେ କାଉଡିଆଙ୍କ ଭିଡ

ଚଳିତ ବର୍ଷ ଶ୍ରାବଣର ଚାରି ପାଳିରେ ସମାପ୍ତ ହୋଇଛି ସୋମବାର । ଏହି କ୍ରମରେ ଶେଷ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ।

ଡିଜାଇନ ଫଟୋ

By

Published : Aug 12, 2019, 11:46 AM IST

କଟକ: ଆଜି ଶ୍ରାବଣ ମାସର ଶେଷ ସୋମବାର। ଦେଶ ତଥା ରାଜ୍ୟର ବିଭିନ୍ନ ଶୈବପୀଠରେ ଭିଡ । ମହାଦେବଙ୍କୁ ଜଳଲାଗି କରିବା ସହ ପୂଜାର୍ଚ୍ଚନା ପାଇଁ କାଉଡିଆ ଓ ଭକ୍ତଙ୍କ ଗହଳି । ଚଳିତ ବର୍ଷ ଶ୍ରାବଣର ଚାରି ପାଳିରେ ସମାପ୍ତ ହୋଇଛି ସୋମବାର । ଏହି କ୍ରମରେ ଶେଷ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ।


ଧବଳେଶ୍ବରଙ୍କ ପୀଠରେ ଆଜି ହଜାର ହଜାର କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବାପରେ ବଡସିଂହାର ବେଶରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରିବାପରେ ପହଡ ଖୋଲାଯାଇଥିଲା ।

କାଉଡିଆ ମହାପ୍ରଭୁଙ୍କ ନିକଟରେ ଜଳାଭିଷେକ କରିଥିଲେ । ବୋଲବମ ହର ହର ବମ ଧ୍ବନିରେ ଗୁଞ୍ଜରିତ ହୋଇପଡିଛି ପୀଠ । କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ଏହା ପ୍ରସିଦ୍ଧ । ବିଶ୍ବାସ ରହିଛି ଏଠାରେ ମାନସିକ ରଖିଲେ ଏହା ପୂରଣ ହୋଇଥାଏ । ଶ୍ରାବଣ ସୋମବାରରେ ଶିବ ଲିଙ୍ଗରେ ପାଣି ଢାଳିଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ଶେଷ ସୋମବାର ହୋଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଛି ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କାଉଡିଆ ବାବା ଧବଳେଶ୍ବରଙ୍କୁ ଜଳାଭିଷେକ କରିଛନ୍ତି । ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ସେହିଭଳି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥ ପୀଠ ସମେତ ରାଜ୍ୟର ଅନ୍ୟ ଶୈବପୀଠରେ କାଉଡିଆଙ୍କ ଭିଡ ହୋଇଛି । ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଶେଷ ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଭିଡ ଲାଗି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details