ଓଡିଶା

odisha

ETV Bharat / state

କଟକ ଐତିହାସିକ ବାଲିଯାତ୍ରାର ମେଲାଣି, ଜାତୀୟ ମାନ୍ୟତା ପାଇଁ ବଢ଼ିଲା ଆଶା - ବାଲିଯାତ୍ରା 2023

Baliyatra concludes: ଉଦଯାପିତ ହେଲା ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । ବାଲିଯାତ୍ରାରେ ଲୋକଙ୍କ ଉତ୍ସାହକୁ ଦେଖି ଗୋଟିଏ ବୃଦ୍ଧି କରାଯାଇଥିଲା । ଗତକାଲି ବାଲିଯାତ୍ରାର ଶେଷ ଦିନ ରହିଥିଲା । ଅଧିକ ପଢ଼ନ୍ତୁ

ସରିଲା କଟକ ଐତିହାସିକ ବାଲିଯାତ୍ରା
ସରିଲା କଟକ ଐତିହାସିକ ବାଲିଯାତ୍ରା

By ETV Bharat Odisha Team

Published : Dec 6, 2023, 11:48 AM IST

କଟକ ଐତିହାସିକ ବାଲିଯାତ୍ରାର ମେଲାଣି

କଟକ: ସରିଲା କଟକର ଐତିହାସିକ ବାଲିଯାତ୍ରା । ୯ ଦିନ ଧରି ଚାଲିଥିବା ଏସିଆର ସର୍ବ ବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା ଗତକାଲି ଶେଷ ହୋଇଛି । ଶେଷ ଦିନରେ ପ୍ରାୟ ୪ ଲକ୍ଷ ଲୋକ ଯାତ୍ରା ଉପଭୋଗ କରି ଫେରିଛନ୍ତି । ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ଅଲୋକମାଳା ସହିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ଶେଷଥର ପାଇଁ ମନଭରି ଦେଖିଛନ୍ତି ଦର୍ଶକ । ସେହିପରି ଚଳିତବର୍ଷ ବାଲିଯାତ୍ରାରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିଥିବା ବେଳେ ବାଲିଯାତ୍ରା ପ୍ରେମୀମାନେ ବି ଭରପୁର ମନୋରଞ୍ଜନ କରିଥିଲେ । ସେପଟେ ବାଲିଯାତ୍ରାର ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ କଟକ ମେୟର ।

ତେବେ ଏହି 9 ଦିନରେ 50 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବାଲିଯାତ୍ରାରେ ସାମିଲ ହୋଇଥିଲେ । ଏହା ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟ ମେଳା ଯାହାକୁ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଚଳିତ ବର୍ଷର ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକ ଆସି ଏଠାରେ ତାଙ୍କର ମନ ପସନ୍ଦର ଜିନିଷ କିଣି ନେଇଥିଲେ । କେବଳ ଗ୍ରାହକ ନୁହଁନ୍ତି ରାଜ୍ୟ ସମେତ ରାଜ୍ୟ ବାହାର ବ୍ୟବସାୟୀ ଏଥର ଏଠାରେ ଷ୍ଟଲ୍‌ ପକାଇ ଭଲ ଦୁଇ ପଇସା ରୋଜଗାର ବି କରିଛନ୍ତି । ବାଲିଯାତ୍ରାକୁ ଯେଉଁ ଜାତୀୟ ମାନ୍ୟତା ଦେବା ପାଇଁ ପ୍ରୟାସ ଜାରି ରହିଛି । ଆଗାମୀ ଦିନରେ ନିଶ୍ଚୟ ଏହା ଫଳପ୍ରଦ ହେବା ନେଇ କଟକ ମେୟର ଆଶା ପୋଷଣ କରିଛନ୍ତି । ଏହି ପ୍ରୟାସ ଆଗାମୀ ବାଲିଯାତ୍ରାରେ ମଧ୍ୟ ଶୋଭା ପାଇବ ବୋଲି କହିଛନ୍ତି ମେୟର।

ଏହା ମଧ୍ୟ ପଢନ୍ତୁ - ବାଲିଯାତ୍ରାର ଅନ୍ତିମ ଦିନ, ବାଇକ ଷ୍ଟଣ୍ଟ ଦେଖି ଦର୍ଶକ ଖୁସ

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରାର ଶେଷ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ଼, ଜମିଲା ବ୍ୟବସାୟ

ବାଲିଯାତ୍ରା ପାଇଁ ଗୋଟିଏ ମାସ ପୂର୍ବରୁ ସିଏମସି କାଉନସିଲ ବୈଠକରେ ବାଲିଯାତ୍ରା ବ୍ଲୁ ପ୍ରିଣ୍ଟ ଶେଷ ହୋଇଥିଲା। ଗତ ବର୍ଷ ବାଲିଯାତ୍ରା ଯେତିକି ଆଡ଼ମ୍ବର ପୂର୍ଣ୍ଣ ହେଇଥିଲା । ଚଳିତବର୍ଷ ତାହା ଆହୁରି ଯାକଯକମରେ କରାଯିବ ବୋଲି ଯୋଜନା ମଧ୍ୟ ହେଇଥିଲା । ପରିମଳ, ପାନୀୟ ଜଳ, ବିଦ୍ୟୁତ, ପାର୍କିଂ, ଇତ୍ୟାଦି ପ୍ରମୁଖ ଦିଗକୁ କିପରି ସୁଚାର ରୂପେ କାର୍ଯ୍ୟକାରୀ କରାଯିବ ସେନେଇ ସବୁ କିଛି ଯୋଜନା ମଧ୍ୟ ହେଇଥିଲା । ତେବେ ନଭେମ୍ବର 27ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଏହି ଐତିହାସିକ ମେଳା କଟକରେ ଅନୁଷ୍ଠିତ ହେବା ପାଇଁ ସରକାରୀ ସ୍ତରରେ ସ୍ଥିର ହେଇଥିଲା । କିନ୍ତୁ ଲୋକଙ୍କ ଉତ୍ସାହକୁ ନଜରରେ ରଖି ସରକାର ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଥିବା ବେଳେ ଗତକାଲି ବାଲିଯାତ୍ରା ଉଦଯାପିତ ହୋଇଛି ।
ଇଟିଭି ଭାରତ, କଟକ

ABOUT THE AUTHOR

...view details