କଟକ: ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁ । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଆଜି ପୋଲିସ ଗିରଫ କରିବା ପୂର୍ବରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟରେ ଶୁଣାଣି ପୂର୍ବରୁ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଛି ।
ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ କରି ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି IPC ର ଦଫା 354C, 386, 387, 388, 389, 328, 506, 120B, 66/66 ରେ ଲଗାଇଛି । ସେପଟେ ଜଗବନ୍ଧୁ ନିୟମିତ ଭାବରେ ଥାନାରେ ହାଜର ହେଉଥିବା ବେଳେ ତାଙ୍କର ଏବେ ସ୍ଵାସ୍ଥ୍ୟଗତ ସମସ୍ୟା ରହିଛି ବୋଲି ତାଙ୍କ ଓକିଲ ପୁଲିନ କୁମାର ସ୍ବାଇଁ କହିଛନ୍ତି ।