କଟକ:ହାଇକୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା ନାଗ । କମିଶନରେଟ ପୋଲିସ ମାମଲାରେ କଲେ ଏହି ଆବେଦନ । ପୂର୍ବରୁ ତଳ କୋର୍ଟରେ ତାଙ୍କ ଜାମିନ ଆବେଦନ ରଦ୍ଦ ହୋଇଥିଲା । ହାଇପ୍ରୋଫାଇଲ ବ୍ଲାକମେଲ ଘଟଣାରେ ଗିରଫ ହୋଇଥିବା ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର ପାତ୍ର ଏବେ ଝାରପଡ଼ା ଜେଲରେ ଅଛନ୍ତି ।
ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କଠାରୁ ଜବତ ହୋଇଥିବା ଲାପଟପ୍, ମୋବାଇଲର ଫରେନ୍ସିକ ରିପୋର୍ଟରେ କିଛି ତଥ୍ୟ ନାହିଁ । ଯାହାକୁ ନେଇ ବିଚଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଏନେଇ ଷ୍ଟେଟ ଫରେନ୍ସିକ ରିପୋର୍ଟ ଉପରେ ଭରସା ନକରି ନିଜେ ସେ ସବୁ ଲାପଟପ୍ ଓ ମୋବାଇଲକୁ ଇଡି ତଦନ୍ତ କରିବ ବୋଲି ଜଣାପଡ଼ିଛି । ଏନେଇ ଇଡି ମଧ୍ୟ ହାଇକୋର୍ଟରେ ଆବେଦନ କରିପାରେ ବୋଲି ଜଣାପଡ଼ିଛି । ନିଜର ସାଇବର ଏକ୍ସପର୍ଟ ବା ସଫ୍ଟୱେର ଏକ୍ସପର୍ଟଙ୍କ ଜରିଆରେ ଅର୍ଚ୍ଚନାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଇଡି ପ୍ରସ୍ତୁତ ହୋଇଛି । ଯେଉଁଥିରୁ କିଛି ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି । ତେଣୁ ଷ୍ଟେଟ ଫରେନ୍ସିକ ଟିମ ଦେଇଥିବା ତଥ୍ୟକୁ ଭରସା ନକରି ନିଜେ ତଦନ୍ତ ପାଇଁ ହାଇକୋର୍ଟଙ୍କ ସାହାରା ନେବାକୁ ଅଣ୍ଟା ଭିଡିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।