କଟକ: ୬ ଦଫା ଦାବି ନେଇ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ ମଜଦୂର ସଂଘ । ରାଜ୍ୟରେ ଶ୍ରମ ବିଭାଗ ନିର୍ମାଣ ଶ୍ରମିକଙ୍କ ପ୍ରତି ହେଉଥିବା ପାତରଅନ୍ତର, ନିଷ୍କ୍ରିୟତା ଅଭିଯୋଗ କରି ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି।
ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ ମଜଦୂର ସଂଘ - ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ ମଜଦୂର ସଂଘ
୬ ଦଫା ଦାବି ନେଇ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ ମଜଦୂର ସଂଘ। ରାଜ୍ୟରେ ଶ୍ରମ ବିଭାଗ ନିର୍ମାଣ ଶ୍ରମିକଙ୍କ ପ୍ରତି ହେଉଥିବା ପାତରଅନ୍ତର, ନିଷ୍କ୍ରିୟତା ଅଭିଯୋଗ କରି ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଅଧିକ ପଢ଼ନ୍ତୁ
ଆଜି ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରିବା ସହ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଗୋଟିଏ ପଟେ ସରକାର ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ନେଇ ଆର୍ଥିକ କ୍ଷତିପୂରଣ ପାଇଁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ତେଣୁ ଉକ୍ତ ପରିବାର ମାନଙ୍କୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ସଂଘ ଦାବି କରିଛି। ତେବେ ଏହି ୬ ଦଫା ଦାବି ମଧ୍ୟରେ ୟୁନିୟନ ପଞ୍ଜିକରଣ ପ୍ରକ୍ରିୟା ବିଳମ୍ବ, ବନ୍ଦ ହୋଇ ପଡ଼ିରହିଥିବା କାରଖାନା ଆରମ୍ଭ କରିବା, ଶ୍ରମ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ଏବଂ ଅସ୍ଥାୟୀ ରୂପେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି ହୋଇଛି । ଯଦି ଏ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରିବାକୁ ସଂଘ ଚେତାବନୀ ଦେଇଛି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ