ଓଡିଶା

odisha

କାମ କରିବାକୁ ଯାଇ ଫେରି ନଥିଲେ, ପରିତ୍ୟକ୍ତ ସ୍ଥାନରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ

By

Published : Jul 23, 2022, 12:06 PM IST

ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଶୁକ୍ରବାର କାମ କରିବାକୁ ଯାଇ ଘରକୁ ଫେରିନଥିବାବେଳେ ଆଜି (ଶନିବାର) ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

dead body found in cuttack nuagan
ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସଷ୍ଟ

ନିଆଳି:ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଶୁକ୍ରବାର କାମ କରିବାକୁ ଯାଇ ଘରକୁ ଫେରିନଥିବାବେଳେ ଆଜି (ଶନିବାର) ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ନୂଆଗାଁ ଗ୍ରାମର ଦେବେନ୍ଦ୍ର ବେହେରା ହୋଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଆଜି ସକାଳୁ ନୂଆଗାଁ ବଜାର ପଛପଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଦେବେନ୍ଦ୍ର ବେହେରାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଥିଲା । ପରିବାର ଲୋକଙ୍କ ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ସ୍ପଷ୍ଟ ହେବ ବୋଲି ଗୋବିନ୍ଦପୁର ଥାନା ଆଇଆଇସି ଅନାମ କୁମାର ନାୟକ ସୂଚନା ଦେଇଛନ୍ତି । ଦେବେନ୍ଦ୍ର ବେହେରା ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ । ତାଙ୍କର ଏକ ପୁଅ ଓ ଝିଅ ମଧ୍ୟ ଅଛନ୍ତି ।

ତାଙ୍କ ବଡଭାଇଙ୍କର କହିବା ଅନୁଯାୟୀ, ଶନିବାର ରାତିରେ ସେ କାମସାରି ଘରକୁ ଫେରିବା ବିଳମ୍ବ ହେବାରୁ ବଡଭାଇ ଖୋଜିବାକୁ ବଜାରକୁ ଯାଇଥିଲେ । ବାଟରେ ଦେବେନ୍ଦ୍ରଙ୍କ ସାଇକେଲ ରଖାଯାଇଥିଲା କିନ୍ତୁ ଭାଇଙ୍କୁ ପାଇଲେ ନାହିଁ ଏବଂ ଆଜି ସକାଳୁ ଖୋଜା ଖୋଜି କରିବାରୁ ନୂଆଗାଁ ବଜାର ପଛପଟେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଏହା ଏକ ହତ୍ୟା ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details