ଓଡିଶା

odisha

By

Published : Jan 17, 2022, 12:09 PM IST

Updated : Jan 17, 2022, 10:41 PM IST

ETV Bharat / state

ଲିଙ୍ଗ ନିରୂପଣ ଅଭିଯୋଗ: କଟକରେ ପାଥୋଲ୍ୟାବ ସିଲ୍‌, ଦୁଇ ଅଭିଯୁକ୍ତ ଗିରଫ

କଟକରେ ଲିଙ୍ଗ ନିରୂପଣ ରାକେଟ ଠାବ ଘଟଣା। ରାକେଟ ଚଳାଉ ଥିବା ଦୁଇ ଅଭିଯୁକ୍ତ ଗିରଫ କଲା ପୋଲିସ । କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଲ୍ୟାବ୍‌ରେ ଦୀର୍ଘ ଦିନ ଧରି ଚାଲିଥିଲା ଲିଙ୍ଗ ନିରୂପଣ କାର୍ଯ୍ୟ । ଯାହାକି ବେଆଇନ ହୋଇଥିବାରୁ ଉକ୍ତ ଲ୍ୟାବ୍‌କୁ ସିଲ୍‌ କରିଛି ପୋଲିସ । ଅଧିକ ପଢନ୍ତୁ

ଲିଙ୍ଗ ନିରୂପଣ ଅଭିଯୋଗ, କଟକରେ ଲ୍ୟାବ ସିଲ୍‌
ଲିଙ୍ଗ ନିରୂପଣ ଅଭିଯୋଗ, ଲ୍ୟାବ ସିଲ କଲା କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

କଟକ:ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସୁନାମ ଅର୍ଜନ କରିଥିବା କଟକର ଗାରିମାରେ ଲାଗିଛି କଳଙ୍କ । ବେଆଇନ ଭାବେ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ କରାଯାଉଥିବା ଏକ ବିରାଟ ରାକେଟର ପର୍ଦ୍ଦାଫାଶ କରିଛି କଟକ କମିଶନରେଟ ପୋଲିସ । ଏହି ରାକେଟର ଚେର ରାଜ୍ୟର 10ଟି ଜିଲ୍ଲାକୁ ଲମ୍ବିଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ଏହି ବେଆଇନ କାର୍ଯ୍ୟ କରିବା ଅଭିଯୋଗରେ ଗୋଟିଏ ଲ୍ୟାବକୁ ସିଲ୍ କରାଯାଇଥିବା ବେଳେ ୨ ଜଣଙ୍କୁ କରିଛି ପୋଲିସ । ଉଭୟଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ। ଅଲ୍ଟ୍ରାସାଉଣ୍ଡ ମେସିନ ସହ 19 ହଜାର ଟଙ୍କା ଜବତ। ଲିଙ୍ଗ ନିରୂପଣ ଅଭିଯୋଗରେ ମଙ୍ଗଳାବାଗର ଆଲଫା ଡାଇଗନଷ୍ଟିସ ସେଣ୍ଟରରେ ରେଡ଼ କରିଥିଲା ପୋଲିସ।

ଲିଙ୍ଗ ନିରୂପଣ ଅଭିଯୋଗ, କଟକରେ ଲ୍ୟାବ ସିଲ୍‌

କାଠଗୋଲା ଅଞ୍ଚଳର ଏକ ଗଳିରେ ପ୍ରାୟ ୨ ବର୍ଷ ହେଲା ଚାଲିଥିଲା ପାଥୋ ଲ୍ୟାବ। ପ୍ରାୟ ଗୋଟିଏ ବର୍ଷ ଧରି ଏହି ଲ୍ୟାବରେ ବେଆଇନ ଲିଙ୍ଗ ନିରୂପଣ ହେଉଥିବାର ଅଭିଯୋଗ ମଧ୍ୟ ହେଉଥିଲା । ତେବେ ଏହି କଳା କାରନାମାକୁ ରଙ୍ଗେ ହାତ ଧରିବା ପାଇଁ ପୋଲିସ ରଚନା କରିଥିଲା ଏକ ସୁଚିନ୍ତିତ ଯୋଜନା । ଏହି ଯୋଜନାରେ ପୋଲିସ ଜଣେ ସ୍ବେଚ୍ଛାସେବୀ ମହିଳାଙ୍କ ସହାୟତା ନେଇଥିଲା । ସମ୍ପୃକ୍ତ ମହିଳା ଜଣକ ନିଜକୁ ଗର୍ଭବତୀ ଦର୍ଶାଇବା ସହ ତାଙ୍କ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ପାଇଁ ଚାହୁଁଥିବା କଥା କହିବା ପରେ ଲ୍ୟାବର କର୍ମଚାରୀମାନେ ଏଥିପାଇଁ 5 ହଜାର ଟଙ୍କା ଲାଗିବ ବୋଲି କହିଥିଲେ ।

ଏହାର ଠୋସ ପ୍ରମାଣ ପାଇବା ପରେ ବାହାରେ ସାଧା ପୋଷାକରେ ଅପେକ୍ଷା କରି ରହିଥିବା ପୋଲିସ କର୍ମଚାରୀ ତୁରନ୍ତ ସେଠାରେ ପହଁଚି ଯାଇଥିଲେ । ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମୁତାବକ ଲିଙ୍ଗ ନିରୂପଣ ପରେ ଗର୍ଭସ୍ଥ ଭୃଣ କନ୍ୟା ସନ୍ତାନ ବୋଲି ଜଣାପଡ଼ିବା ପରେ ଗର୍ଭପାତ କରାଇବାର ବ୍ୟବସ୍ଥା ମଧ୍ୟ ଲ୍ୟାବର କର୍ମଚାରୀମାନେ କରୁଥିଲେ । କଥା କେବଳ ଏତିକିରେ ଶେଷ ହୋଇନାହିଁ ସମ୍ପୃକ୍ତ ଲ୍ୟାବର କର୍ମଚାରୀ କଟକ ସମେତ ରାଜ୍ୟର ପ୍ରାୟ 10ଟି ଜିଲ୍ଲାରେ ଥିବା ଦଲାଲ ମାନଙ୍କ ଜରିଆରେ ଏଠାକୁ ଗର୍ଭବତୀଙ୍କୁ ପଠାଉଥିବା କହିଛନ୍ତି କଟକ ଡିସିପି ।

ଲିଙ୍ଗ ନିରୂପଣ ଅଭିଯୋଗ, କଟକରେ ପାଥୋଲ୍ୟାବ ସିଲ୍‌

ଗର୍ଭବତୀଙ୍କ ଲିଙ୍ଗ ନିରୂପଣକୁ ଅପରାଧ ଭାବେ ବିବେଚନା କରାଯାଇଛି । ଏହା ସତ୍ତ୍ବେ କଟକରେ ବେଧଡ଼କ ଭାବେ ଚାଲିଥିଲା ଏହି ବେଆଇନ କାର୍ଯ୍ୟ । ଏହାର ପର୍ଦ୍ଦାଫାଶ କରିବା ସହିତ ଲିଙ୍ଗ ନିରୂପଣ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ପୋଲିସର ଏକ ସ୍ବତନ୍ତ୍ର ଟିମ । ଏହା ଅଭିଯୋଗରେ ମଙ୍ଗଳବାଗର କାଠଗୋଲା ଅଞ୍ଚଳରେ ଥିବା ଆଲଫା ହେଲଥ କେୟାର ନାମକ ଲ୍ୟାବକୁ ପୋଲିସ ସିଲ କରିବା ସହ ଲିଙ୍ଗ ନିରୂପଣ କରୁଥିବା ଲ୍ୟାବର ୨ ଜଣ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

ବଡ଼ କଥା ହେଉଛି କି ଏହି ଲ୍ୟାବର ସାଇନ ବୋର୍ଡରେ ଲେଖାଥିବା ଡାକ୍ତର ଏଠାକୁ ଆସୁ ନ ଥିଲେ କି ଏହି ଲ୍ୟାବଟି ଚଳାଇବାକୁ ଅନୁମତି ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦେଇନଥିଲା । ଏପରିକି ଅଲ୍‌ଟ୍ରା ସାଉଣ୍ଡ ମେସିନ ଜରିଆରେ ଲିଙ୍ଗ ନିରୂପଣ କରୁଥିବା ବ୍ୟକ୍ତି ଜଣଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର ଯୁକ୍ତ ଦୁଇ ରହିଥିଲା ।

ଏବେ ପ୍ରଶ୍ନ ଉଠୁଛି,ଦୀର୍ଘ ଦିନ ଧରି ଏଭଳି ବେଆଇନ ଭାବେ ଚାଲୁଥିବା ଲ୍ୟାବକୁ ପୂର୍ବରୁ କେହି କେମିତି ଜାଣିପାରୁ ନଥିଲେ କାହିଁକି ? ସହରରେ ଆଉ କେତୋଟି ଲ୍ୟାବରେ ଏପରି ବେଆଇନ କାରବାର ହେଉଛି ? ବାରମ୍ବାର ଏହିପରି ଚଢ଼ାଉ କରାଗଲେ ଏହା ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 17, 2022, 10:41 PM IST

ABOUT THE AUTHOR

...view details