ଓଡିଶା

odisha

ETV Bharat / state

Kusupur Murder Case: ହତ୍ୟାର ୪ ଦିନ ପୂର୍ବରୁ କଟୁରି ଧାର କରିଥିଲା ଅଭିଯୁକ୍ତ ଶିବ ! - କ୍ରାଇମ ସିନ୍ ରିକ୍ରିଏସନ କଲା ଶିବ

ମାହାଙ୍ଗା ଗଣହତ୍ୟା ବାବଦରେ ପୋଲିସକୁ ମିଳିଲା ନୂଆ ସୁରାକ । ହଠାତ ରାଗିଯାଇ ଶିବ ନିଜର ବଡ ଭାଇ ଓ ତାଙ୍କର ପୁରା ପରିବାରକୁ ନିପାତ କରିନଥିଲା ବରଂ ଏଥିପାଇଁ ସେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲା । ଅଧିକ ପଢନ୍ତୁ

Kusupur Murder Case: ହତ୍ୟାର ୪ ଦିନ ପୂର୍ବରୁ କଟୁରି ଧାର କରିଥିଲା ଅଭିଯୁକ୍ତ ଶିବ !
Kusupur Murder Case: ହତ୍ୟାର ୪ ଦିନ ପୂର୍ବରୁ କଟୁରି ଧାର କରିଥିଲା ଅଭିଯୁକ୍ତ ଶିବ !

By

Published : Apr 16, 2022, 7:20 AM IST

କଟକ: ମାହାଙ୍ଗା ଗଣହତ୍ୟା ବାବଦରେ ପୋଲିସକୁ ମିଳିଲା ନୂଆ ସୁରାକ । ହଠାତ ରାଗିଯାଇ ଶିବ ନିଜର ବଡ ଭାଇ ଓ ତାଙ୍କର ପୁରା ପରିବାରକୁ ନିପାତ କରିନଥିଲା ବରଂ ଏଥିପାଇଁ ସେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲା । ହତ୍ୟାକାଣ୍ଡର ୪ ଦିନ ପୂର୍ବରୁ ଶିବ ଏହାର ଯୋଜନା ପ୍ରସ୍ତୁତ କରିଥଲା । ଯେଉଁ କଟୁରିରେ ଶିବ ଏହି ନରସଂହାର କରିଥିଲା ସେହି କଟୁରିକୁ ସେ ୪ ଦିନ ପୂର୍ବରୁ ଧାର କରି ନିଜ ଘରେ ଲୁଚାଇ ରଖିଥିଲା ।

Kusupur Murder Case: ହତ୍ୟାର ୪ ଦିନ ପୂର୍ବରୁ କଟୁରି ଧାର କରିଥିଲା ଅଭିଯୁକ୍ତ ଶିବ !

ଏ ବାବଦରେ ଶିବ ପତ୍ନୀ ମଧ୍ୟ ଜାଣିଥିଲା । ଶିବକୁ ରିମାଣ୍ଡରେ ନେଇ ମାରାଥନ ଜେରା ପରେ ଶିବ ପୋଲିସ ଆଗରେ ଏନେଇ ସ୍ୱୀକାର କରିଛି । ଏହା ବ୍ୟତୀତ ଏହି ହତ୍ୟାକାଣ୍ଡକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପୋଲିସ ହାତରେ ଲାଗିଛି । ହତ୍ୟା କରିବା ସମୟରେରେ ଶିବ ସମ୍ପୂର୍ଣ୍ଣ ଭାବେ ନିବସ୍ତ୍ର ଥିଲା । କାଳେ ସେ ପିନ୍ଧିଥିବା ଲୁଙ୍ଗି ଯୋଗୁଁ ତାକୁ ଏହି ନାରକୀୟ କାର୍ଯ୍ୟ କରିବାରେ ପ୍ରତି ବନ୍ଧକ ସୃଷ୍ଟି କରିବ ସେଥିପାଇଁ ସେ ନିଜ ପିନ୍ଧା ଲୁଗାକୁ ପରିତ୍ୟାଗ କରିଥିଲା । ସେପଟେ ପୂର୍ବରୁ ଶିବ ପୋଲିସକୁ ଦେଇଥିବା ବୟାନକୁ ଏବେ ବଦଳାଉଥିବାରୁ CRPC ଧାରା 164 ଆଧାରରେ ଜଣେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରାଇବା ପାଇଁ ଯୋଜନା କରୁଛି ।

ଏହା ସହିତ ତଦନ୍ତ ସମୟରେ ପୋଲିସ ଜବତ କରିଥିବା ବିଭିନ୍ନ ସାମଗ୍ରୀର ସାଇଣ୍ଟିଫିକ ଯାଞ୍ଚ ଆରମ୍ଭ ହୋଇ ସାରି ଥିବାବେଳେ ସେଥିମଧ୍ୟରୁ କିଛି ଯାଞ୍ଚର ରିପୋର୍ଟ ଦିନେ ଦୁଇ ଦିନ ମଧ୍ୟରେ ପୋଲିସର ହସ୍ତଗତ ହେବ ବୋଲି ଜଣାପଡିଛି । ତେବେ ଶୁକ୍ରବାର ଦିନ ୧୧ଟା ସମୟରେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶିବକୁ କୁସୁପୁର ଗାଁର ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରାଇଛି ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା କ୍ରାଇମ ସିନ ରିକ୍ରିଏସନ ସମୟରେ ଶିବ ପୋଲିସ ଆଗରେ ଗୋଟି ଗୋଟି ସତ ଓଗାଳିଛି ।

ପୁରା ଘଟଣାକୁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇ ଥିବାବେଳେ ଏହାର ଭିଡ଼ିଓ ଗ୍ରାଫି ମଧ୍ୟ କରାଯାଇଛି । ଏହି ସମୟରେ ସେହି ଘରୁ ଏକ ଶାବଳ ସହିତ ଆଉ କିଛି ସାମଗ୍ରୀକୁ ଜବତ କରିଛି ପୋଲିସ । କ୍ରାଇମ ସିନ ରିକ୍ରିଏସନ ପରେ ଶିବକୁ ନେଇ ତାର ଭଡ଼ା ଘରେ ପହଞ୍ଚି ଥିଲା ପୋଲିସ । ସେଠାରୁ କିଛି ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ସେପଟେ ଏହି ହତ୍ୟାକାଣ୍ଡ ପଛରେ ଥିବା ସମସ୍ତ ରହସ୍ୟକୁ ଉନ୍ମୋଚନ କରିବା ସହ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଆଶଙ୍କାକୁ ପୁଣିଥରେ ଦୋହରାଇଛନ୍ତି ସ୍ଥାନୀୟ ବାସିନ୍ଦା ।



କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details