ଓଡିଶା

odisha

ETV Bharat / state

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ରିପୋର୍ଟ ଦାଖଲ କଲା ଏସଆଇଟି - kunduli matter in highcourt

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି ଏସଆଇଟି । ଜଉ ମୁଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଛି ।

Kunduli gangrape and suicide case
କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲା ଏସଆଇଟି

By

Published : Dec 23, 2019, 7:03 PM IST

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି ସୋମବାର ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି । ଜଉ ମୁଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଛି । ଦାଖଲ ହୋଇଥିବା ବନ୍ଦ ଲଫାପାରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲା ଏସଆଇଟି

ସେହିପରି ଏହାର ଆଉ ଏକ ରିପୋର୍ଟ ମାମଲାର ଶୁଣାଣୀ କରୁଥିବା ଅଦାଲତଙ୍କ ନିକଟରେ ଦାଖଲ କରିବାକୁ ହାଇକୋର୍ଟ ଏସଆଇଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲା ହାଇକୋର୍ଟରେ ପୂର୍ଣ୍ଣଛେଦ ପଡିଛି । କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସିବିଆଇ ତଦନ୍ତ ପରିବର୍ତ୍ତେ 3 ଜଣିଆ ଡିଆଇଜିଙ୍କ ଦ୍ବାରା ଏସଆଇଟି ଗଠନ କରି ମାମଲାର ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର କୋର୍ଟଙ୍କ ନିର୍ଦ୍ଦେଶନାମା ପରେ ଏହି ମାମଲାଟି ତଳ କୋର୍ଟକୁ ଯାଇଛି ।

ଅପରପକ୍ଷେ ଏହି ରିପୋର୍ଟକୁ ଆବେଦନକାରୀଙ୍କୁ ପ୍ରଦାନ କରିବା ପ୍ରାର୍ଥନାକୁ କୋର୍ଟ ଖାରଜ କରି ଦେଇଛନ୍ତି । ତେବେ ଏନେଇ ଆବେଦନକାରୀ ତଳ କୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ସେପଟେ ଏହି ରିପୋର୍ଟ ଦେଖିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ କି ନାହିଁ ତାହା ନିଷ୍ପତ୍ତି ନିଆଯିବ ବୋଲି ଆବେଦନକାରୀ ଓକିଲ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details