କଟକ: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି । ଯାହାକୁ ନେଇ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ଭାବ ପାଳନ କରାଯାଇଛି । ଦେଶ ସ୍ବାଧନ ହେବା ପରେ ଗୋଟିଏ ପରେ ଗୋଟିଏ ସଫଳତାର ଶିଖର ଛୁଇଁଛି । ଦେଶକୁ ସ୍ବାଧୀନତା କରିବା ପାଇଁ ବହୁତ ବଳିଦାନ ଦେବାକୁ ପଡିଛି । ହଜାର ହଜାର ସ୍ବାଧନତା ସଂଗ୍ରାମୀମାନଙ୍କ ଜୀବନ ମଧ୍ୟ ଯାଇଛି । ନିକଟରେ ୭୭ ତମ ସ୍ବାଧୀନତା ଦିବସ ମଧ୍ୟ ପାଳନ କରାଯାଇଛି । ୭୫ ବର୍ଷ ପୂରଣ ଅବସରରେ ଏହାକୁ ସ୍ମରଣୀୟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯୁବ ପିଢି କିଭଳି ଇତିହାସକୁ ଜାଣିବେ ସେମାନଙ୍କର ପୂର୍ବ ପୁରୁଷଙ୍କ ବିରତ୍ବର ଗାଥାକୁ ଜାଣିବେ ସେ ନେଇ ମଧ୍ୟ ଗୁରୁତ୍ବ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ଅନୁଷ୍ଠା ପକ୍ଷରୁ ଏକ ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ବାଧୀନତା ସଂଗ୍ରାମୀମାନଙ୍କୁ କିପରି ଯୁବ ପିଢ଼ି ମାନେ ମନେ ରଖିବେ ସେଥିପାଇଁ କ୍ରାନ୍ତୀତୀର୍ଥ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପଶ୍ଚିମବଙ୍ଗ, ଓଡିଶା,ବିହାର ଏବଂ ତ୍ରିପୁରାରେ ଏହି କାର୍ଯ୍ୟକ୍ରମ କରାଯାଉଛି ।ଏହି କର୍ମରେ ଆସନ୍ତା ୨୬ ତାରିଖରେ ଏହାର ଉଦଯାପନୀ ସମ୍ମିଳନୀ ଆୟୋଜନ କରାଯିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ .....ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଲା ବୁର୍ଜ ଖଲିପା