ଭୁବନେଶ୍ବର: ଆଜି ପବିତ୍ର ଷଷ୍ଠୀ ଓଷା। ଓଡିଶାର ପାରମ୍ପରିକ ଓଷା ମଧ୍ୟରେ ଅନ୍ୟତମ । ଭାଦ୍ରବ ଶୁକ୍ଳପକ୍ଷ ଷଷ୍ଠୀରେ ଏହି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଏକ ହଳଦୀ ପିଣ୍ଡ କିମ୍ବା ଶିଳରେ ମୁଖ ଦେଇ ତିଆରି ହୁଏ। ଏହି ଓଷା ଘରର ଛୋଟପିଲାମାନଙ୍କ ମଙ୍ଗଳ କାମନା କରି ମା ମାନେ ପାଳନ କରନ୍ତି । ତେବେ ଗଣେଷ ପୂଜାର ଦୁଇ ଦିନ ପରେ ପଡେ ଷଠି ଓଷା ।
ଷଠିଓଷା ଦିନ ସକାଳୁ ଆମ୍ବ, ଓଲୁଅ, ବଣସାରୁ, ବରକୋଳି, ଅଁଳା ଓ ମଲ୍ଲୀ ଆଦି ସାତ ପ୍ରକାର ଡାଳକୁ ଏକାଠି କରି ହଳଦୀଲଗା କନାରେ ବନ୍ଧାହୁଏ ଓ ବନ୍ଦାଣ ଥାଳିରେ ଦୁବ, ବରକୋଳିପତ୍ର, ଫୁଲ ଓ ହଳଦୀ ବୋଳା ଚାଉଳ ସାଙ୍ଗରେ ରଖା ହୋଇଥାଏ । ଏହି ଓଷା ଦିନ ସକାଳୁ ଗାଧୋଇ ସାରି ଘରର ପିଲାମାନଙ୍କୁ ବନ୍ଦାଣ ହୁଏ।ଏହା ପରେ ଡାଳ ବିଡାରେ ପିଲାଙ୍କ ପିଠିରେ ବସେ ସାତ ପାହାର ।