ଓଡିଶା

odisha

ETV Bharat / state

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କିନ୍ନର ସମାଜ ଦେଲା ରୂପା ଇଟା - ଓଡିଶାରୁ ଯିବ ରୂପା ଇଟା

ନିଜର ଅତ୍ୟନ୍ତ ସୀମିତ ଆୟ ସତ୍ତ୍ବେ ଓଡିଶା କିନ୍ନର ସମାଜ ରାମ ମନ୍ଦିର ତିଆରି ପାଇଁ ଦେଇଛନ୍ତି ଦୁଇ କେଜି ଓଜନର ରୂପା ଇଟା । ଅଧିକ ପଢନ୍ତୁ

silver bricks
silver bricks

By

Published : Mar 26, 2023, 11:51 AM IST

silver bricks

କଟକ:ଭକ୍ତି ଆଗରେ ସବୁ ଫିକା । କିଏ ଫୁଲ ଦେଇ ଭଗବାନଙ୍କୁ ପୂଜା କରୁଛି ତ ପୁଣି ଆଉ କିଏ କିଏ ଅନ୍ତରରୁ ଡାକି। ହେଲେ ଭଗବାନଙ୍କ ଟିକେ ଆଶୀର୍ବାଦ ପାଇଁ ଆୟକୁ ସଞ୍ଚୟ କରି ଏପରି ଭକ୍ତିପୂତ ଅର୍ଘ୍ୟ ପ୍ରଦାନ କରିବା ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ । କାରଣ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଓଡିଶାରୁ ଯିବ ରୂପା ଇଟା । ନିଜର ଅତ୍ୟନ୍ତ ସୀମିତ ଆୟ ସତ୍ତ୍ବେ ଓଡିଶା କିନ୍ନର ସମାଜ ରାମ ମନ୍ଦିର ତିଆରି ପାଇଁ ଦେଇଛନ୍ତି ଦୁଇ କେଜି ଓଜନର ରୂପା ଇଟା।

କଟକର ତାରକସୀ କାରିଗର ମାନେ ଏହି ରୂପା ଇଟା ତିଆରି କରିଛନ୍ତି । ଚଣ୍ଡୀ ମନ୍ଦିର, ଭୁବନେଶ୍ୱର ରାମ ମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କରି ଏହି ରୂପା ଇଟାକୁ ଅଯୋଧ୍ୟା ନେଇ ଯିବ ଓଡିଶା କିନ୍ନର ସମାଜ । ଓଡିଶା କିନ୍ନର ସମାଜର ଏକ ଅନନ୍ୟ ପ୍ରୟାସ କିନ୍ନର ମାନଙ୍କ ପ୍ରତି ଥିବା ସାଧାରଣ ଭାବନାକୁ ପରିଵର୍ତ୍ତନ କରିଦେଇ ପାରିବ। ଏନେଇ ଭବ୍ୟ ରାମ ମନ୍ଦିରରେ ଏହି ରୂପା ଇଟା ସ୍ଥାପନ ହେଲେ ଜୀବନର ପ୍ରକୃତ ମୂଲ୍ୟ ବୋଧ ମିଳି ପାରିବ ବୋଲି କିନ୍ନର କହିଛନ୍ତି ।

ସମାଜରେ କିନ୍ନର ମାନଙ୍କୁ ନ୍ୟୁନ କରି ଦେଖିବା ଏକ ସାଧାରଣ କଥା ହେଇଗଲାଣି । କିନ୍ତୁ କଟକରେ ରହୁଥିବା ଓଡିଶା କିନ୍ନର ସମାଜର ଏହି ପ୍ରୟାସ ପାଇଁ ଲୋକଙ୍କ ଭାବନାକୁ ପରିଵର୍ତ୍ତନ କରିଦେଇ ପାରିବ । ଓଡିଶା କିନ୍ନର ସମାଜର କିନ୍ନର ମାନେ ନିଜର ଅତି ସ୍ବଳ୍ପ ଆୟରେ ବି ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିର ପାଇଁ ତିଆରି କରିଛନ୍ତି ଦୁଇ କେଜି ଓଜନର ରୂପା ଇଟା । କୋଭିଡ ପରେ ଅତି ଦୟନୀୟ ଭାବେ ଦିନ କାଟୁଥିଲେ କିନ୍ନର ମାନେ । ତଥାପି ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଶ୍ରଦ୍ଧା ସେମାନଙ୍କୁ ଏଭଳି ଏକ ପଦକ୍ଷେପ ନେବାକୁ ପ୍ରେରଣା ଯୋଗାଇଥିଵା କହିଛନ୍ତି କିନ୍ନର ମାନେ ।

କଟକର ତାରକସୀ କାରିଗରମାନେ ଏହି ରୂପା ଇଟାକୁ ତିଆରି କରିଛନ୍ତି । ଜଗତର ମଙ୍ଗଳ କାମନା ପାଇଁ ଏଭଳି ରୂପା ଇଟା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ପାଇଁ ତିଆରି କରାଯାଇଥିବା କିନ୍ନର ସମାଜ କହିଛି । ସମାଜରେ ଅଣଦେଖାର ଶିକାର ସର୍ବଦା ହେଲା ପରେ ମଧ୍ୟ ଭଗବାନଙ୍କୁ କେବେ ବି ଦୂରୀଭୂତ କରିନୁ । ଜୀବନରେ ଖୁସି କହିଲେ ଏହି ଭଳି ଭକ୍ତିପୂତ ଅର୍ଘ୍ୟ ବୋଲି କହିଛନ୍ତି କିନ୍ନର ସମାଜ । ତେବେ ଏହି ରୂପା ଇଟାର ଦାମ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରଯାଇଥିବା ବେଳେ ଆଜି(ରବିବାର) ଏହି ଇଟାକୁ ଚଣ୍ଡି ମନ୍ଦିରରେ ପୂଜା କରିବା ପରେ ଏକ ବିଶାଳ ପଟୁଆର କିନ୍ନର ରାଲି କଟକ ପରିକ୍ରମା କରିବ ଓ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିବ ବୋଲି କହିଛନ୍ତି କିନ୍ନର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details