କଟକ: କୋରୋନା କାୟା । ଧୀରେ ଧୀରେ କମୁଛି ସଂକ୍ରମଣ । ଏହା ଭିତରେ କଟକ ମହାନଗର ନିଗମରୁ ୩୯ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ୮ ଜଣ ହୋମକ୍ଵରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଛି । ସେହିପରି ୨୫ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୫୯୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।