କଟକ:ଜିଲ୍ଲାର ଖାନ ନଗର ବସ ଟର୍ମିନାଲକୁ ନେଇ ବିବାଦ ବଢିବାରେ ଲାଗିଛି । ତେବେ ଅଞ୍ଚଳବାସୀଙ୍କୁ ଜମିଜମା ବା କୌଣସି ବସ୍ତି ଉଚ୍ଛେଦ ନ ହେବା ପାଇଁ ଜିଲ୍ଲପାଳ କହିଛନ୍ତି । କିନ୍ତୁ ଅଞ୍ଚଳବାସୀ ଏନେଇ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଦାବି କରିଛନ୍ତି ।
ଦଳୀୟ ସାଂସଦ ଓ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଖାନନଗର ବସ୍ ଟର୍ମିନାଲକୁ ନେଇ ବିବାଦ ଲାଗି ରହିଛି । ସେପଟେ ଜିଲ୍ଲାପାଳ କୌଣସି ପ୍ରକାର ବସ୍ତି ଉଚ୍ଛେଦ କାର୍ଯ୍ୟ ହେବ ନାହିଁ ବୋଲି କହିଛନ୍ତି । ଅଞ୍ଚଳବାସୀ ଏହି ସମ୍ପର୍କରେ ସୂଚନା ପାଇ ଖୁସି ହେବା ସହିତ ସରକାର ଏଥିଲାଗି ଏକ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।