କଟକ: ପୋଲିସ ମୁଖ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ପୀଡ଼ିତା ଯୁବତୀ ବୁଧବାର କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକଙ୍କ ଦ୍ବାରା ବ୍ଲାକମେଲିଂର ଶିକାର ହେବା ପରେ ପୋଲିସଠାରୁ ନ୍ୟାୟ ନମିଳିବାରୁ ରାଜ୍ୟ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପୀଡ଼ିତା ।
ଡିଜି ଅଫିସ ଆଗରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, କାବୁ କଲା ପୋଲିସ - କେନ୍ଦ୍ରାପଡା ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକଙ୍କ ଦ୍ବାରା ବ୍ଲାକମେଲିଂର ଶିକାର ହେବା ପରେ ପୋଲିସ ଠାରୁ ମଧ୍ୟ ମିଳିଲା ନିର୍ଯାତନା । ଶେଷରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଆଗରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢ଼ନ୍ତୁ
ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଅନୁସାରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ସରୋଜ ରଥ ଯୁବତୀ ଜଣଙ୍କୁ ପ୍ରତାରଣା ଦେବା ସହ ବ୍ଲାକମେଲିଂ କରି ଆସୁଥିଲେ । ଯାହାକୁ ନେଇ ସେ ବିଭିନ୍ନ ସମୟରେ ପୋଲିସର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ତାଙ୍କୁ ନ୍ୟାୟ ମିଳିବା ତ ଦୂରର କଥା, ପଟ୍ଟାମୁଣ୍ଡାଇ ପୋଲିସ ଦ୍ଵାରା ମଧ୍ୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଫଳରେ ସେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ ।
ଇଟିଭି ଭାରତ, କଟକ