ଓଡିଶା

odisha

By

Published : Oct 17, 2019, 12:31 PM IST

Updated : Oct 17, 2019, 2:47 PM IST

ETV Bharat / state

ସୁଧୁରୁଛି କାଳିଆ ସ୍ବାସ୍ଥ୍ୟବସ୍ଥା, ଖାଉଛି ଖେଚୁଡ଼ି କ୍ଷୀରି

4 ଦିନ ହେବ କାଳିଆର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । ଭେଣ୍ଟିଲେଟରରୁ ବାହାରିବା ପରେ କାଳିଆର ସୁସ୍ଥ ଅଛି ।

ଭେଣ୍ଟିଲେଟରରୁ ବାହାରିଲା କାଳିଆ, ସୁଧୁରୁଛି ସ୍ବାସ୍ଥ୍ୟବସ୍ଥା

କଟକ: ଧିରେ ଧିରେ ସୁଧୁରୁଛି କାଳିଆର ସ୍ବାସ୍ଥ୍ୟବସ୍ଥା । କିଛି ଦିନ ହେବ ଛାତିରେ ନିମୋନିଆ ସଂକ୍ରମଣ ଯୋଗୁ ଭେଣ୍ଟିଲେଟରରେ ଥିଲା କାଳିଆ । କିନ୍ତୁ ଏହି 4 ଦିନ ହେବ କାଳିଆ ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ପରିଲକ୍ଷିତ ହୋଇଛି । ସେ ଭେଣ୍ଟିଲେଟରରୁ ବାହାରକୁ ଆସିଛି । ଠିକ ଭାବେ ନିଶ୍ବାସ ପ୍ରଶ୍ବାସ ମଧ୍ୟ ନେଉଛି କାଳିଆ ।

ସୁଧୁରୁଛି କଳିଆ ସ୍ବାସ୍ଥ୍ୟବସ୍ଥା, ଖାଉଛି ଖେଚୁଡ଼ି କ୍ଷୀରି


ପୂର୍ବରୁ ଅକ୍ସିଜେନ ଥଳି ବ୍ୟବହାର ହେଉଥିଲା । ଏବେ ସେ ସୁସ୍ଥ ଅଛି ବୋଲି କହିଛନ୍ତି ଏସସିବି ମେଡିକାଲ କଲେଜର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଏହାସହିତ କଳିଆର ପ୍ରତି ଚିକିତ୍ସା ପ୍ରଣାଳୀ ସୂଚାରୁ ରୂପରେ ହେଉଛି । ଏମ୍ସ ଡ଼କ୍ଟରଙ୍କ ତତ୍ତ୍ବାବଧାନରେ ଚାଲିଛି ସମସ୍ତ ଚିକିତ୍ସା । କାଳିଆ ଖାଦ୍ୟର ପରିମାଣକୁ ସାମନ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ କେବଳ ତରଳ ଜାତୀୟ ଖାଦ୍ୟ ଖାଉଥିବା କାଳିଆ ବର୍ତ୍ତମାନ ସୁଜି କ୍ଷୀରି ଓ ଗ୍ରାଇଁଡିଙ୍ଗ ଖେଚୁଡ଼ି ଆହାର ରୂପରେ ଗ୍ରହଣ କରୁଛି । ଯଦି ଏହି ଖାଦ୍ୟ କାଳିଆ ଶରୀରରେ ଖାପ ଖୁଆଏ ତେବେ ଆହୁରି ଖାଦ୍ୟ ପରିମାଣ ମଧ୍ୟ ବଢ଼ାଯିବ ବୋଲି କହିଛନ୍ତି ଡ଼କ୍ଟର ମହାରଣା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 17, 2019, 2:47 PM IST

ABOUT THE AUTHOR

...view details