କଟକ: ମା'ଙ୍କର ପ୍ରସିଦ୍ଧ କାଳୀପୂଜା । କଟକ ସହରରେ ୭୦ ଟି ପୂଜା ମଣ୍ଡପରେ ମାଙ୍କୁ ପୂଜା କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଚଳିତ ବର୍ଷ ଲଗାଣ ବର୍ଷା ମୂର୍ତ୍ତୀ ନିର୍ମାଣରେ ବାଧା ସୃଷ୍ଟି କରିଛି । ଯାହାଫଳରେ ରଙ୍ଗ କାମରେ ଘଟୁଛି ବିଳମ୍ବ ।
ତେବେ ୪ ରୁ ୫ ଜଣ କାରିଗର ମୂର୍ତ୍ତୀ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ପାଗ କୋହଲା ରହୁଥିବାରୁ ରଙ୍ଗ ଶୁଖିବାରେ ମଧ୍ୟ ସମସ୍ୟା ସୃଷ୍ଟି କରିଛି । ସେଥିପାଇଁ ହାଲୋଜିନ ବ୍ୟବହାର କରି ରଙ୍ଗ କାମ ଶେଷ କରିବାକୁ ଲକ୍ଷ ରଖିଛନ୍ତି ମୃତ୍ତି କାରିଗର । କଟକ ଚାନ୍ଦିନଚୌକ ପୂଜାମଣ୍ଡପରେ ମୂର୍ତ୍ତୀ କାମ ଶେଷ କରିବାକୁ ଦିନ ରାତି ଏକ କରିଦେଇଛନ୍ତି ମୂର୍ତ୍ତୀ କାରୀଗର ।