କଟକ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ କଟକ ଟିମ୍ ନେଇ ଚର୍ଚ୍ଚା ଜୋରଦାର । ଆଇପିଏଲ ୨୦୨୨ରେ ଦୁଇଟି ନୂଆ ଟିମ ସାମିଲ ହେବାକୁ ଯାଉଛନ୍ତି । ଟେଣ୍ଡର ପ୍ରକ୍ରିୟାରେ ଦୁଇଟି ନୂଆ ଟିମର ମାଲିକାନା ସ୍ଥିର ନେଇ ପୂର୍ବରୁ ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।
ତେବେ ନୂଆ ଟିମ କିଣିବାକୁ JSPL ବିଡିଂରେ ସାମିଲ ହେବା ଖବରକୁ ସ୍ବାଗତ କରିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ(OCA) ସମ୍ପାଦକ ସଞ୍ଜୟ ବେହେରା । ବିଡିଂରେ କଟକ ଟିମ ସାମିଲ ହେବା ଖୁସିର ବିଷୟ । ବାରବାଟୀ JSPLର ଭେନ୍ୟୁ ହେଉ ବୋଲି କହିଛନ୍ତି ଓସିଏ ସମ୍ପାଦକ ।