ଓଡିଶା

odisha

ETV Bharat / state

Elephants Death Case: ହାତୀ ମୃତ୍ୟୁ ରୋକିବାକୁ ମିଳିତ ବୈଠକ, ହାଇକୋର୍ଟ ପୁରୁଣା କୋଠାରେ ହେବ ବୈଠକ

ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟଙ୍କ ସହ ମାମଲା ଗୁଡିକରେ ନିୟୋଜିତ ଓକିଲମାନେ ଉପସ୍ଥିତ ରହିବେ। ହାତୀ ମୃତ୍ୟୁ ରୋକିବା ଦିଗରେ ଜଏଣ୍ଟ ଟାସ୍କ ଫୋର୍ସ କଣ ପଦକ୍ଷେପ ନେଇଛି ଏବଂ ଆଉ କଣ କରାଗଲେ ହାତୀ ମୃତ୍ୟୁ ରୋକାଯାଇପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କୋର୍ଟ ନିର୍ଦେଶ ରେ ସ୍ପଷ୍ଟ କରିଛନ୍ତି। ଅଧିକ ପଢନ୍ତୁ

Elephants  Death Case: ହାତୀ ମୃତ୍ୟୁ ରୋକିବାକୁ  ମିଳିତ  ବୈଠକ, ହାଇକୋର୍ଟ ପୁରୁଣା କୋଠାରେ ହେବ ବୈଠକ
Elephants Death Case: ହାତୀ ମୃତ୍ୟୁ ରୋକିବାକୁ ମିଳିତ ବୈଠକ, ହାଇକୋର୍ଟ ପୁରୁଣା କୋଠାରେ ହେବ ବୈଠକ

By ETV Bharat Odisha Team

Published : Aug 29, 2023, 10:06 PM IST

କଟକ: ରାଜ୍ୟରେ କମୁ ନାହିଁ ହାତୀ ମୃତ୍ୟୁ। ବାରମ୍ବାର ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ହାତୀ ମାନଙ୍କ ମୃତ୍ୟୁ ରୋକିବା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ। ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଗଠିତ ଜଏଣ୍ଟ ଟାସ୍କ ଫୋର୍ସ ସହ ଆବେଦନାକାରୀଙ୍କ ଓକିଲ ମାନଙ୍କୁ ନେଇ ଏକ ମିଳିତ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 11 ତାରିଖ ଅପରାହ୍ନ 4ଟା 30 ମିନିଟରେ ହାଇକୋର୍ଟ ପୁରୁଣା କୋଠାର କନଫରେନ୍ସ ହଲରେ ଏହି ବୈଠକ ଅନୁଷ୍ଠିତ ହେବ।

ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟଙ୍କ ସହ ମାମଲା ଗୁଡିକରେ ନିୟୋଜିତ ଓକିଲମାନେ ଉପସ୍ଥିତ ରହିବେ। ହାତୀ ମୃତ୍ୟୁ ରୋକିବା ଦିଗରେ ଜଏଣ୍ଟ ଟାସ୍କ ଫୋର୍ସ କଣ ପଦକ୍ଷେପ ନେଇଛି ଏବଂ ଆଉ କଣ କରାଗଲେ ହାତୀ ମୃତ୍ୟୁ ରୋକାଯାଇପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କୋର୍ଟ ନିର୍ଦେଶ ରେ ସ୍ପଷ୍ଟ କରିଛନ୍ତି।

ଏହାବି ପଢନ୍ତୁ- ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା: ଟାସ୍କ ଫୋର୍ସ ପକ୍ଷରୁ ସତ୍ୟପାଠ ଦାଖଲ, 15ରେ ପରବର୍ତ୍ତୀ ଶୁଣାଣି

ବିଦ୍ୟୁତ ଜନିତ ହାତୀ ମୃତ୍ୟୁକୁ କିପରି ରୋକା ଯାଇପାରିବ, ସେନେଇ ବୈଠକ ମାଧ୍ୟମରେ ସମାଧାନର ବାଟ କରିବା ଉପରେ ପୂର୍ବ ଶୁଣାଣିରେ କୋର୍ଟ ଗୁରୁତ୍ବ ଦେଇଥିଲେ। ଏନେଇ TPCODL, JTF ଅଧ୍ୟକ୍ଷଙ୍କୁ ନେଇ ବୈଠକ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଦୁଇ ମାସ ମଧ୍ୟରେ ୧୮ ଟି ହାତୀ, ୨୦ ଜଣ ସାଧାରଣ ଲୋକ ଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲା JTF। ତେବେ ବିଦ୍ୟୁତ ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ୟୁନିଫର୍ମ ପ୍ଲାନ ଅଫ ଆକ୍ସନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୬ ଲକ୍ଷ ଟଙ୍କା କରାଯାଇଥିବା ସତ୍ୟପାଠ ଦାଖଲ କରି ଜବାବ ଦେଇଥିଲେ JTF। ତେବେ ମୃତ୍ୟୁର ୪୦ ଦିନ ମଧ୍ୟରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୋଟ ୧୪ ଟିହାତୀ କରିଡ଼ର ଚିହ୍ନଟ ହୋଇଥିବା ବେଳେ ୪ ଟି ନୋଟିଫାଇ କରାଯାଇଛି ବୋଲି କୋର୍ଟ ଙ୍କୁ JTF ଅବଗତ କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details