କଟକ/ଭୁବନେଶ୍ବର:ନବ କିଶୋର ଦାସଙ୍କ ମୃତ୍ୟୁ ମାମଲା । ଝାରସୁଗୁଡ଼ା SP ରାହୁଲ ଜୈନଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି । କଟକ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ଗୁପ୍ତେଶ୍ବର । ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଦାୟିତ୍ବ ଦିଆଯାଇଛି । ସେହିପରି ବରଗଡ଼ SP ସ୍ମିତ ପରମାର ହେଲେ ଝାରସୁଗୁଡ଼ା ଏସ୍ପି ହୋଇଥିବା ବେଳେ ବୌଦ୍ଧ SP ପ୍ରହଲ୍ଲାଦ ମୀନା ହେଲେ ବରଗଡ଼ ଏସପି ।
ପ୍ରଥମେ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଥିଲା ଏହାପରେ ଝାରସୁଗୁଡ଼ା ଏସପିଙ୍କୁ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ସେମାନଙ୍କ ତଥ୍ୟ ଆଧାରରେ ଏଭଳି ଆକ୍ସନ ନିଆଯାଇଥାଏ ପାରେ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ମଧ୍ୟ ଏହି ଆକ୍ସନ ନିଆଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଅଭିଯୁକ୍ତ ASI ଗୋପାଳ ଦାସ ଅତି ନିକଟରୁ ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେ ୪ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ବାମ ପଟ ଛାତିରେ ବାଜିଥିଲା । ଯାହାଦ୍ବାରା ତାଙ୍କ ହୃତପିଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗିଲା ଓ ପରବର୍ତ୍ତୀ ସମୟରେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ।