ଓଡିଶା

odisha

By ETV Bharat Odisha Team

Published : Sep 6, 2023, 3:14 PM IST

ETV Bharat / state

ମତଗଜପୁରରେ ଆତଙ୍କ, ବନ୍ଧୁକ ଦେଖାଇ ଲୁଟି ନେଲେ ଦୁବୃର୍ତ୍ତ

ଗୁଳିମାଡ଼ କରି 5 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ । କଟକ କନ୍ଦରପୁର ନିକଟ ମତ୍ତଗଜପୁରଠାରେ ହୋଇଛି ଏଭଳି ସଶସ୍ତ୍ର ଡକାୟତି । ଅଧିକ ପଢନ୍ତୁ

jewellery shop owner robbed
ବନ୍ଧୁକ ଦେଖାଇ ଲୁଟି ନେଲେ ଦୁବୃର୍ତ୍ତ

ବନ୍ଧୁକ ଦେଖାଇ ଲୁଟି ନେଲେ ଦୁବୃର୍ତ୍ତ

କଟକ:ଗୁଳିମାଡ଼ କରି ଲୁଟ୍ । ଗୁଳିଚାଳନା ପରେ ପ୍ରାୟ 5 ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । କଟକ କନ୍ଦରପୁର ନିକଟ ମତ୍ତଗଜପୁରଠାରେ ହୋଇଛି ଏଭଳି ସଶସ୍ତ୍ର ଡକାୟତି । ଫାଙ୍କା ଗୁଳିଚଳାନା କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କଠାରୁ ପ୍ରାୟ 5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ 25 ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

ଏହା ବି ପଢନ୍ତୁ...Murder: କଟକରେ ଫୁଟିଲା ଗୁଳି, ବନ୍ଧୁ ଆକ୍ରମଣରେ ଆଖି ବୁଜିଲା ବନ୍ଧୁ

ଖବର ପାଇ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ମତ୍ତଗଜପୁର ହାଟସାହି ବାସିନ୍ଦା ବିକାଶ ପେଶାରେ ଜଣେ ଗହଣା ବ୍ୟବସାୟୀ ଅଟନ୍ତି । ଏକ ବାଇକ ଯୋଗେ ସେ ମତଗଜପୁର ଦେଇ ବ୍ୟବସାୟିକ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ 3ଟି ଦୁଇ ଚକିଆ ଯାନରେ ଆସି 4 ଜଣ ଦୃବୃର୍ତ୍ତ ତାଙ୍କୁ ଅଟକାଇଥିଲେ । ବିକାଶଙ୍କୁ ଅଟକାଇବା ପରେ 4 ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ବିକାଶଙ୍କୁ ଭୟଭୀତ କରିଥିଲେ ।

ଏହା ବି ପଢନ୍ତୁ...ଶ୍ରୀକ୍ଷେତ୍ରରେ ଗୁଳିକାଣ୍ଡ ପରେ ବୋମାମାଡ଼: ହତ୍ୟାକାଣ୍ଡର ସାଖୀଙ୍କ ଘର ଉପରକୁ ବମ୍ ଫିଙ୍ଗିଲେ ଦୁବୃର୍ତ୍ତ

ଏହାପରେ ବିକାଶଙ୍କ ପାଖରେ ଥିବା ପ୍ରାୟ 5 ଲକ୍ଷ ଟଙ୍କାର ସୁନା ଅଳଙ୍କାରଙ୍କୁ ଲୁଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଗହଣା ବ୍ୟବସାୟୀ ବିକାଶ । ଖବର ପାଇ କନ୍ଦରପୁର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଏହି ଘଟଣାରେ ପୋଲିସ ତାର କାମ ଆରମ୍ଭ କରି ଦେଇଛି । ବିଶେଷକରି କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଲୁଟ୍ କରିଛି ତାହାର ତଦନ୍ତ କରାଯାଉଛି । ବିଭିନ୍ନ ଦିଗକୁ ନଜରରେ ରଖି ପୋଲିସ ତଦନ୍ତ କରୁଛି । ତେବେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।"

ତେବେ ଗତ 8 ତାରିଖରେ ମଧ୍ୟ କଟକରେ ଗୁଳିମାଡ଼ ଘଟଣା ଘଟିଥିଲା । କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁରଠାରେ ଏହି ଗୁଳିକାଣ୍ଡ ଘଟିଥିଲା। ମୃତକଙ୍କ ପିଲା ଦିନର ବନ୍ଧୁ ହିଁ ତାଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଥିଲା । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅଶାନ୍ତ ହୋଇଉଠିଛି କଟକ । ଆଜି ପୁଣି ଥରେ ଗୁଳିମାଡ଼ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details