କଟକ: ସିଲଭରସିଟିରେ ଜଣ୍ଡିସ ଆତଙ୍କ । ଲୋକଙ୍କ ମନରେ କୋକୁଆ ଭୟ । ଗୋଟେପଟେ ମୌସୁମୀ ଜନିତ ଭୟ ଅନ୍ୟପଟେ ଜଣ୍ଡିସ, ଯାହା ସହରବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି ।
ବିଶେଷକରି ମେହେନ୍ଦୀ ବଜାର, କାଜି ବଜାର ଓ ଗଙ୍ଗା ମନ୍ଦିର ଅଞ୍ଚଳରେ ଖୁବ କ୍ଷିପ୍ର ବେଗରେ ମାଡିଚାଲିଛି ଜଣ୍ଡିସ । ବର୍ତ୍ତମାନ ସୁଦ୍ଧା 15 ରୁ ଉର୍ଦ୍ଧ୍ଵ ଏହି ରୋଗରେ ପୀଡିତ ଥିବା ନେଇ ଜଣାପଡିଛି । ତେବେ ଜଣ୍ଡିସ ହେବାର ମୂଳ କାରଣ ଜାଇକାର ଅବ୍ୟବସ୍ଥା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।