ଓଡିଶା

odisha

ETV Bharat / state

କଳିଙ୍ଗ ନଗର ଉଦ୍ୟୋଗପତିଙ୍କୁ ଆରଡିସିଙ୍କ ତାଗିଦ - କଳିଙ୍ଗ ନଗର ଉଦ୍ୟୋଗପତି

କଳିଙ୍ଗ ନଗର ସମସ୍ତ ଉଦ୍ୟୋଗ ମାଲିକଙ୍କ ସହ ଆରଡିସି କାର୍ଯ୍ୟାଳୟରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ବୈଠକ । ତମାମ ଅସୁବିଧାର ସମାଧାନ କରିବାକୁ ସମସ୍ତ ଉଦ୍ୟୋଗ ବଧ୍ୟତାମୂଳକ ବୋଲି କହିଛନ୍ତି ଆରଡିସି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 2, 2019, 6:44 PM IST

କଟକ: ଯାଜପୁର କଳିଙ୍ଗ ନଗର ସମସ୍ତ ଉଦ୍ୟୋଗ ମାଲିକଙ୍କୁ ଆରଡିସିଙ୍କ ତାଗିଦ । କାହିଁକି ଶିଳ୍ପରେ ହୋଇପାରୁନି ବିକାଶ । କେଉଁଠି ରହୁଛି ତ୍ରୁଟି । କେଉଁ କେଉଁ ଦିଗରେ ଉପୁଜୁଛି ଅସୁବିଧା । ଏହାର ତମାମ ଉତ୍ତର ଆରଡିସିଙ୍କ ଆଗରେ ରଖିଛନ୍ତି ସମସ୍ତ ଉଦ୍ୟୋଗ ମାଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଆରଡିସି କାର୍ଯ୍ୟାଳୟରେ ଅନୁଷ୍ଠିତ ରିଭ୍ୟୁ ମିଟିଂରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ସମସ୍ତ ଶିଳ୍ପ ଉଦ୍ୟୋଗଙ୍କ ସହ ଆଲୋଚନା କରିଥିଲେ ଆରଡିସି ଅନୀଲ କୁମାର ସାମଲ । ତେବେ ନିୟମ ଅନୁସାରେ ଶୀଘ୍ର ଏହି ତମାମ ଅସୁବିଧାର ସମାଧାନ କରିବାକୁ ସମସ୍ତ ଉଦ୍ୟୋଗ ବଧ୍ୟତାମୂଳକ ବୋଲି କହିଛନ୍ତି ଆରଡିସି ।

ପରିବେଶ ପ୍ରଦୂଷଣ , ଶ୍ରମିକ ଛଟେଇ , ବୃକ୍ଷ ରୋପଣରେ ବିଳମ୍ବ , ଦୁଇ କିମ୍ବା ତିନୋଟି ଉଦ୍ୟୋଗକୁ ଛାଡିଦେଲେ ବାକି ଶିଳ୍ପର ସ୍ଥିତି ପୁରା ବେହାଲ । ଏହାର ସମାଧାନ କିପରି ଶୀଘ୍ର କରାଯାଇ ପାରିବ ସେ ଦିଗରେ ଆଜି ନିଷ୍ପତି ନିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭଆରତ

ABOUT THE AUTHOR

...view details