ଓଡିଶା

odisha

ETV Bharat / state

ଆସନ୍ତାକାଲି ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି

ସାରୁଅ ଜମି କେଳେଙ୍କାରୀ ମାମଲାର ଶୁଣାଣି ଶୁକ୍ରବାର ହେବ । ସେପର୍ଯ୍ୟନ୍ତ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖାଯିବ ବୋଲି କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 12, 2020, 5:13 PM IST

Jagi and Vaijayanth Panda's bail application will be heard on Friday
ଆସନ୍ତାକାଲି ଜାଗୀ ଓ ବୈଜୟନ୍ତ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି

କଟକ:ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲା ସଂପର୍କରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଛି । ଆସନ୍ତାକାଲି (ଶୁକ୍ରବାର) ମାମଲାରୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷାକୁ କୋର୍ଟ ଶୁକ୍ରବାର ପର୍ଯ୍ୟନ୍ତ ବଳବତ୍ତର ରଖିଥିବା ସୂଚନା ମିଳିଛି ।

ଆସନ୍ତାକାଲି ଜାଗୀ ଓ ବୈଜୟନ୍ତ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି

ସାରୁଅ ଜମି କେଳେଙ୍କାରୀ ଘଟଣା ସଂପର୍କିତ ମାମଲାକୁ ରଦ୍ଦ କରିବା ପାଇଁ ବୈଜୟନ୍ତ ପଣ୍ଡା, ଜାଗୀ ପଣ୍ଡା ଓ ଇନଫ୍ରାଟେକ ନିର୍ଦ୍ଦେଶକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏଥିସହ ପୋଲିସ ଗିରଫ ଆଶଙ୍କାରେ ବୈଜୟନ୍ତ ଓ ଜାଗୀ ପଣ୍ଡା ଆଗୁଆ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ମଧ୍ୟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇଦେଇଥିଲେ । ତେବେ ଶୁକ୍ରବାର ପର୍ଯ୍ୟନ୍ତ ଏହି ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ଜମି ପ୍ରଥମେ ଡ୍ରାଇଭର ନାମରେ କିଣାଯିବା ପରେ ଉକ୍ତ ସଂସ୍ଥା ଡ୍ରାଇଭରଠାରୁ 65 ଲକ୍ଷ ଟଙ୍କାରେ କିଣିଥିଲା । ହେଲେ ଡ୍ରାଇଭର ଜଣକ ଜମି ବିକ୍ରି ବାବଦକୁ କୌଣସି ଅର୍ଥ ପାଇନଥିଲା । ଡ୍ରାଇଭର ଅଭିଯୋଗ ପରେ ଏଡିଏମ ଏହି ସଂପର୍କରେ ଯାଞ୍ଚ କରିଥିଲେ ଏବଂ ପରେ ଡ୍ରାଇଭରକୁ କୌଣସି ଅର୍ଥ ମିଳିନଥିବା ଯାଞ୍ଚରୁ ଜାଣିବାକୁ ପାଇଥିଲେ । ପରେ ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକଙ୍କ ନାମରେ ଏଫଆଇଆର ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details