କଟକ: ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟାଲ ଗ୍ରାମର ଦଳିତ ଝିଅସହ ଦୁଷ୍କର୍ମ ଘଟାଇଥିବା ଅପରାଧିକୁ ଥାନା ଅଧିକାରୀ ସହଯୋଗ କରିଥିବା ଅଭିଯୋଗ । ଉକ୍ତ ଅଧିକାରୀକୁ ବହିଷ୍କାର ଓ ଗିରଫ ଦାବି ନେଇ ଗୁରୁବାର ପରିବାର ଲୋକେ ପୋଲିସ ଡ଼ିଜିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ପରିବାର ଲୋକଙ୍କର ଅଭିଯୋଗ ଅନୁଯାୟୀ ପୂର୍ବରୁ ସେହି ଗ୍ରାମର ଦୀପକ ବେହୁରା ନାମକ ଜଣେ ଯୁବକ ତାଙ୍କର ଝିଅଙ୍କୁ ଦୀର୍ଘ ୩ ବର୍ଷ ହେବ ଜବରଦସ୍ତ ଦୁଷ୍କର୍ମ କରି ଆସୁଥିଲା । ପ୍ରତିବାଦ କଲେ ମାରିଦେବାର ଧମକ ମଧ୍ୟ ଦେଉଥିଲା । ଶେଷରେ ପରିବାର ଲୋକେ ଅତିଷ୍ଠ ହୋଇ ଗତ ଜୁନ ୮ ତାରିଖରେ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନା ପୋଲିସ ତାଙ୍କ କଥା ନଶୁଣି ବିଦା କରି ଥାନା ବାହାରକୁ ଯିବାକୁ ଧମକ ଦେଇଥିଲେ ।