ଓଡିଶା

odisha

ETV Bharat / state

ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗ; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ଆବେଦନକାରୀ

ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଆଜି(ସୋମବାର) ଶୁଣାଣି କରି ଏସମ୍ପର୍କରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ନିର୍ଦ୍ଧେଶ ଦେଇଛନ୍ତି।

financial assistance to the sevayat
ସେବାୟତଙ୍କୁ ଆର୍ଥିକ ସହାୟତା

By

Published : Oct 5, 2020, 6:37 PM IST

କଟକ: ମହାମାରୀ କୋରୋନାରୁ ରାଜ୍ୟରେ ବନ୍ଦ ଥିବା ମନ୍ଦିର ଖୋଲାଯିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଆଜି(ସୋମବାର) ଶୁଣାଣି କରି ଏସମ୍ପର୍କରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ନିର୍ଦ୍ଧେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏ ସଂକ୍ରାନ୍ତରେ ଆଗତ ୪ ଟି ମାମଲାର ଏକତ୍ର ଶୁଣାଣି ହୋଇଥିଲା।

ଓଡିଶା ସେବାୟତ ମହାସଂଘ ଓ ଶିବଶକ୍ତି ପୂଜକ ସମାଜ ପକ୍ଷରୁ ଆଗତ ମାମଲାରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି କାକଟପୁର ମା' ମଙ୍ଗଳା ମନ୍ଦିର ଓ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରାର୍ଥନା କରି ରୁଜୁ ପୃଥକ ପୃଥକ ମାମଲାରେ ରାଜ୍ୟ ସରକାର ପୂର୍ବରୁ ଜବାବ ଦାଖଲ କରିଥିବାବେଳେ ସୋମବାର ଏକ ସତ୍ୟପାଠ ଦାଖଲ କରିଛନ୍ତି ଆବେଦନକାରୀ।

କଣ୍ଟିଲୋ ନୀଳମାଧଵ ଓ ବିରଜା ମନ୍ଦିର ସେବାୟତଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଓ ଦେବୋତ୍ତର ବିଭାଗ ଅଧୀନରେ ଏହି ଦୁଇ ମନ୍ଦିର ଆସୁଥିବାରୁ ଏହି ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବାକୁ ସତ୍ୟପାଠରେ ଯୁକ୍ତି ଦର୍ଶାଯାଇଛି। ତେବେ ଏହି ଦୁଇ ମନ୍ଦିର ସେବାୟତଙ୍କୁ କାହିଁକି ସହାୟତା ପ୍ରଦାନ କରା ନଯିବ ସେ ସମ୍ପର୍କରେ ଦେବୋତ୍ତର କମିଶନ ଜବାବ ରଖିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।

ନଭେମ୍ବର ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଦୁଇଟି ଯାକ ମାମଲାରେ ସେବାୟତମାନେ ମାମଲା ଦାୟର କରିଥିବା ବେଳେ ଖୁବଶୀଘ୍ର ମନ୍ଦିର ଖୋଲିବାକୁ ପ୍ରାର୍ଥନା କରାଯିବା ସହ ମନ୍ଦିର ଖୋଲାଯିବା ପର୍ଯ୍ୟନ୍ତ ସେବାୟତଙ୍କୁ ମାସିକ ୧୫ ହଜାର ଲେଖାଏଁ ଦେବାକୁ ଆବେଦନ କରିଥିଲେ। ରାଜ୍ୟ ସରକାର ଦାଖଲ କରିଥିବା ଜବାବରେ ଦର୍ଶାଯାଇଥିଲା ଯେ, ସମ୍ବିଧାନର ୨୭ ଧାରା ଅନୁଯାୟୀ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ପ୍ରଦାନ କରିପାରିବେ ନାହିଁ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details