କଟକ:ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ବୁଧବାର ଠାରୁ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ପଞ୍ଜିକରଣ କରିଥିବା ବ୍ୟବସାୟୀ ମାନେ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏହି ପ୍ରକ୍ରିୟାରେ ଯଦି ଗୋଟିଏ ପ୍ଲଟ ପାଇଁ ଜଣେ ବ୍ୟବସାୟୀ ରହିଥାନ୍ତି ତେବେ, ନିଲାମ ହେବ ନାହିଁ ।
ନିର୍ଦ୍ଧାରିତ ଦରରେ ଉକ୍ତ ବ୍ୟବସାୟୀଙ୍କୁ ପ୍ଲଟ ଦିଆଯିବ । ମାତ୍ର ବୁଧବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ବ୍ୟବସାୟୀ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମାତ୍ର ଉକ୍ତ ପ୍ଲଟ ପାଇଁ କେହି ଦ୍ୱିତୀୟ ବ୍ୟବସାୟୀ ରହିନଥିଲେ । ନିୟମ ଅନୁଯାୟୀ ଯଦି ଜଣେ ମାତ୍ର ବ୍ୟବସାୟୀ ଥାଆନ୍ତି ତେବେ ତାଙ୍କୁ ନିର୍ଦ୍ଧାରିତ ଦରରେ ଦେବା କଥା । ଅର୍ଥାତ ବର୍ଗଫୁଟ ଜମି ପ୍ରତି ୫୦ ଟଙ୍କା ଦରରେ ଦେବା କଥା ।