କଟକ: ଯୋଗ କର ରୋଗ ହଟାଅ। ଯୋଗରେ ମିଳିବ ଅପୂର୍ବ ଶାନ୍ତି। ତେବେ ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଏପରି ବାର୍ତ୍ତା ପ୍ରଦାନ କରିଛନ୍ତି ମହିଳା ପତଞ୍ଜଳି ଯୋଗ ସମିତି। ଏନେଇ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ କଟକରେ ଅନୁଷ୍ଠିତ ହୋଇଯାଇଛି। ଯୋଗ କରିବା ଦ୍ବାରା ମଣିଷ ଶାନ୍ତି ଓ ସୁସ୍ଥ ଶରୀର ଗଠନ କରିବାରେ ସଫଳ ହୋଇଥାଏ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆବାଳବୃଦ୍ଧବନିତା ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ । କିପରି ଯୁବପୀଢ଼ି ଯୋଗ ପ୍ରତି ଆକୃଷ୍ଟ ହେବେ ସେ ଦିଗରେ ବେଶ ଯତ୍ନବାନ ରହିଥିଲେ ସମିତିର କର୍ମକର୍ତ୍ତା ।
ଆନ୍ତର୍ଜାତିକ ଯୋଗଦିବସ: ଯୋଗରେ ମିଳିବ ଅପୂର୍ବ ଶାନ୍ତି - yoga day
ଯୋଗ କର ରୋଗ ହଟାଅ। ଯୋଗରେ ମିଳିବ ଅପୂର୍ବ ଶାନ୍ତି । ତେବେ ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଏପରି ବାର୍ତ୍ତା ପ୍ରଦାନ କରିଛନ୍ତି ମହିଳା ପତଞ୍ଜଳି ଯୋଗ ସମିତି।
ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
ତେବେ ଆଜି ସାରା ଦେଶରେ ପାଳିତ ହେଉଛି ଯୋଗ ଦିବସ। ଏହିକ୍ରମରେ କଟକରେ ମଧ୍ୟ ଯୋଗ ଦିବସ ପାଳିତ ହେଉଛି । ସୁସ୍ଥ ଶରୀର ଗଠନ, ସକରାତ୍ମକ ଚିନ୍ତାଧାରାରେ ଉର୍ଣ୍ଣୀତ ଓ ପରମ ଶାନ୍ତି ପାଇବା ପାଇଁ ପ୍ରତି କୋଣ ଅନୁକଣରେ ପାଳିତ ହେଉଛି ଏହି ଦିବସ । ଯାହାକୁ ଆପଣାଇଛନ୍ତି ସହରର ପ୍ରତ୍ୟକ ଜନସଧାରଣ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ