କଟକ: କ୍ରୀଡା କ୍ଷେତ୍ରରେ ଆଗଉଛି ରାଜ୍ୟ ଓଡିଶା । ଶିକ୍ଷାନୁଷ୍ଠାନରେ ଶିକ୍ଷା ସହିତ କ୍ରୀଡାରୁ ଅଗ୍ରାଧିକାର ଦିଆଯାଉଛି । ଆସନ୍ତା ବର୍ଷ ଫେବୃଆରୀରେ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି ( inter university sports competition ) । ଏନେଇ ସୂଚନା ଦେଇଛନ୍ତି ରେଭେନ୍ସା କ୍ରୀଡା ପରିଷଦ ଅଧ୍ୟକ୍ଷ ଧର୍ମବ୍ରତ ମହାପାତ୍ର ।
ଏହି ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ପାଖାପାଖି ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେବେ । ପ୍ରଥମ ଥର ପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ବତନ୍ତ୍ର କ୍ରୀଡା ମଧ୍ୟ ଆୟୋଜିତ ହେବ। ଅନ୍ୟାନ୍ୟ ଖେଳ ସହିତ ପ୍ରଥମ କ୍ୟାମ୍ପସରୁ ଓ ଦ୍ଵିତୀୟ କ୍ୟାମ୍ପସ ପର୍ଯ୍ୟନ୍ତ ଏକ ମିନି ମାରାଥନ ଦୌଡ଼ ମଧ୍ୟ ଅନୁଷ୍ଠିତ ହେବ ବୋଲି ରେଭେନ୍ସା ପକ୍ଷରୁ ଜଣାପଡିଛି । ଏହାସହ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟ ମିଳିତ ପ୍ରଚେଷ୍ଟାରେ ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୧୦ ରୁ ୧୭ ପର୍ଯ୍ୟନ୍ତ କୋଚିଂ ଓ ଖେଳାଳୀ ଚୟନ ପ୍ରକ୍ରିୟା ଚାଲିବ। ରାଜ୍ୟକୁ ପ୍ରତିନିଧିତ୍ଵ କରିବା ପାଇଁ ଖେଳାଳୀ ଚୟନ ପ୍ରକ୍ରିୟାରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ଓ ସହଯୋଗ ଯୋଗାଇ ଦିଆଯିବ।