କଟକ: ୧୪୬ ଜଣ ବିରୋଧୀ ସାଂସଦ ସସପେଣ୍ଡ ଘଟଣାକୁ ନେଇ ବଢ଼ୁଛି ପ୍ରତିବାଦ । ଲୋକସଭାରୁ ମୋଟ ୧୦୦ ସାଂସଦ ଓ ଚଳିତ ଶୀତ ଅଧିବେଶନରେ ରାଜ୍ୟସଭାରୁ ୪୬ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଯାହାକୁ ନେଇ ଦେଶବ୍ୟାପୀ ଏହାକୁ ବିରୋଧ କରୁଛି କଂଗ୍ରେସ । ସଂସଦରୁ ଶତାଧିକ ସାଂସଦ ନିଲମ୍ବିତ ହେଵା ଘଟଣାରେ ରାସ୍ତାକୁ ଓହ୍ଲାଇଲା ଇଣ୍ଡିଆ ମେଣ୍ଟ । କଟକରେ ଆଜି ଜିଲ୍ଲା କଂଗ୍ରେସ ନେତୃତ୍ବରେ ବାମପନ୍ଥୀ ଦଳ ଓ ଆମ୍ ଆଦମୀ ପାର୍ଟି ଏକାଠି ହେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସାଂସଦମାନଙ୍କୁ ସସପେଣ୍ଡ କରିବା କେନ୍ଦ୍ର ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ଇଣ୍ଡିଆ ମେଣ୍ଟ । ଏହାସହ ଆଗାମୀ ଦିନରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବ ବୋଲି କଂଗ୍ରେସ କହିଛି । ସେପଟେ ଆନ୍ଦୋଳନକାରୀ ସ୍ମାରକପତ୍ର କଟକ ଜିଲ୍ଲାପାଳଙ୍କୁ ଦେଵା ସମୟରେ ଇଣ୍ଡିଆ ମେଣ୍ଟ ନେତା ଓ ଜିଲ୍ଲାପାଳଙ୍କ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟର ଵରିଷ୍ଠ ନେତାମାନେ ସ୍ମାରକପତ୍ର ଦେବାକୁ ଯାଇଥିଲେ ମଧ୍ୟ ଜିଲ୍ଲାପାଳ ନିଜ ସିଟରେ ଵସି ରହିବାକୁ ନେଇ ନେତାମାନଙ୍କ ପକ୍ଷରୁ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହା ମଧ୍ୟ ପଢ଼ନ୍ତୁ.....ଏହା ମଧ୍ୟ ପଢ଼ନ୍ତୁ.....ଜନ୍ତର ମନ୍ତରରେ ଇଣ୍ଡିଆ ମେଣ୍ଟର ଆକ୍ରୋଶ ରାଲି: କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ ଓ ରାହୁଲ